ପ୍ରେମିକର ଶେଷ ଇଚ୍ଛା – ସିଦ୍ଧେଶ୍ୱର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
ଠିକଣା : କୁଣ୍ଡିଲୋ, କେରଙ୍ଗ, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଯେଦିନ ଶୁଣିବ ତୁମ ଏ ପ୍ରେମିକ
ଚିରନିଦ୍ରା ଗଲା ଶୋଇ
ଶେଷ ଉପହାର ସୂରିଲା କଣ୍ଠରୁ
ଗୀତ ପଦେ ଦେବ ଗାଇ ।

ଜୀବନଟା ସିନା ବିରହ ନିଆଁରେ
କୁହୁଳିଲା ଦିନ ରାତି
ଏଇ ଦେହ ମୋର ଜଳିଲା ବେଳକୁ
ପାଇଯିବି ଟିକେ ଶାନ୍ତି ।

ମିଛ ମିଠା ହସ ସେ ଛଳନା ବିଷ
ସବୁ ଯିବ ଆପେ ଧୋଇ
ଯେଦିନ ଶୁଣିବ ତୁମ ଏ ପ୍ରେମିକ
ଚିର ନିଦ୍ରା ଗଲା ଶୋଇ ।

ଯେଉଁ ସୂର ତାଳ ଲୟ ମୋହରେ
ଯୋଡିଥିଲ ଦିନେ ଭାବ
ଶେଷାନ୍ସ ସଙ୍ଗୀତ ମୋ ପାଇଁ ଖଞ୍ଜିବ
ତୋଳି ଦେଵ ତିନି ରାଗ ।

ହଜିଲା ଫୁଲର ମହକ ପାଇ ମୁଁ
ସଂସାରୁ ଯିବି ଦୂରେଇ
ଯେଦିନ ଶୁଣିବ ତୁମ ଏ ପ୍ରେମିକ
ଚିରନିଦ୍ରା ଗଲା ଶୋଇ ।

ସିଦ୍ଧେଶ୍ବର ତ୍ରିପାଠୀ (ଜୀବନ୍)
କବିର ଘର, କୁଣ୍ଡିଲୋ, କେରଙ୍ଗ, ଖୋର୍ଦ୍ଧା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ