କୋହ ଲୁହ – ବିନୟ ମିଶ୍ର

ଲେଖକ ପରିଚୟ

ବିନୟ ମିଶ୍ର
ଚମ୍ପାପୁର, ନିଆଳ, ଖୋରଧା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କୋହ ଆଣେ ହାବୁକାଏ ଦୁଃଖ
ଲୁହ ହୋଇ ବୋହିଯାଏ ଧାର ଧାର ହୋଇ,
କୋହ ଲୁହ ଏକାକାର ହେଲେ
ଆପଣାର କିଏ କହ କାହିଁ?

ଲୁହ ଦେଖିବାକୁ କୋହ ଭରିବାକୁ
ସଂସାରେ ଲୋକଙ୍କ ଅଭାବ ନାହିଁ,
ବେଳେ ବେଳେ ନିଜ କଲା କର୍ମ ପାଇଁ
ଲୁହ କୋହ ହୁଅନ୍ତି ଭାଇ ଭାଇ।

କାହାର ଲୁହକୁ ପୋଛିବା ଆଗରୁ
ଆସିବାକୁ ଦିଅ ନାହିଁ,
କାହାର କୋହର କାରଣ ହେବାର
ମନ ମଧ୍ୟେ ଆଣ ନାହିଁ।

କୋଟିଏ ଟଙ୍କାର ଠୋପାଏ ଏ ଲୁହ
ଅୟୁତର ଅଟେ କୋହ,
ନିଗିଡାଇ ଦେଇ ଫକୀର ହେବାକୁ
କାହିଁକି ଯିବ ବା କୁହ?

କୁରୁସଭା ତଳୁ, ଅଶୋକ ବନରୁ,
ପ୍ରଭାସର ତୀର୍ଥ ସ୍ଥାନୁ,
ଦ୍ୱାରକା ପ୍ରାସାଦୁ,ଗ୍ରାହ ମୃଗ ଚକ୍ଷୁ
ଲୁହ କୋହ ଅଭିମାନୁ।

ରହିଛି ଆଜିର ଇତିହାସ ହୋଇ
କାହିଁକି କେମିତି କହ,
ସେହି ଲୁହ କୋହ ଲବଣାକ୍ତ କରି
ସାଗର ହେଲା ଅପେୟ।

ବିନୟ ମିଶ୍ର
ଚମ୍ପାପୁର, ନିଆଳ, ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *