ଦୁଃଖହାରି ନନ୍ଦବଳା – ଘନଶ୍ୟାମ ସାହୁ
ଆଉ ଏଣିକିରେ ମନ ନକର ହେଳା
ହେଳା କଲେ ବୁଡ଼ିବ ତୋ ସଂସାର ଭେଳା ।
ଭେଳା ରେ ମାୟା ମୋହ ଲୋଭ ଆଦି ର କଣା
କଣା ରେ ପାପ ଜଳ ପଶେ ତୋତେ ଅଜଣା
ଅଜାଣତେ ଯିବ ବୁଡି ବାରେ ଚେତ ଆରେ ଭୋଳା ।।୧।
ଭୋଳେ ହୋଇଲୁ ଅନ୍ଧ ନଜାଣି ଭଲ ମନ୍ଦ
ମନ୍ଦ କରମେ ମାତି ଖୋଜୁ ସୁଖ ସ୍ୱାଛ୍ଛନ୍ଦ୍ଯ
ଛନ୍ଦ କପଟକୁ ତେଜି ଭଜ ମନ ଚକାଡୋଳା ।।୨।
ଚକାଡୋଳା କୁ ଧ୍ୟାନ କରରେ ମୁଢ ମନ
ମନ ପ୍ରାଣ ସମର୍ପି ପାଦେ ପଶ ଶରଣ
ଶରଣ ରକ୍ଷଣ ହରି ଦୁଃଖହାରି ନନ୍ଦବଳା ।।୩।
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା-ଅନୁଗୋଳ
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫
