ରଜପର୍ବ – ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ

ଲେଖକ ପରିଚୟ

ଡକ୍ଟର ସଂଜୀବ କୁମାର ପାଣିଗ୍ରାହୀ
କୋଷ୍ଠା, ମୟୂରଭଂଜ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରଜ ପରବ ଆସିଛି
ମାଟି ମାଁ ହସୁଛି
ଜାତିଜାତିକା ପିଠାପଣାରେ
ଘର ଦୁଆର ବାସୁଛି ।

ଦୂର ଗଗନରେ ବଉଦମାଳା
ବରଷାରାଣୀ ବଜାଇ ବଜା
ଗୁଣୁଗୁଣୁ ହୋଇ ଗାଉଛି ଗୀତ
ନଭ ସଂଗେ କ୍ଷିତ ବସିଛି ମିତ ।

ବାଗୁଡିଖେଳର ମଜା
ମହୀର ଅପୂର୍ବ ଶୋଭା
ରିମିଝିମି ବାରିଧାରା
ଧରାର ସୁନ୍ଦର ଗୋଭା
ସାଙ୍ଗ ସାଥୀ ମେଳେ
ବରଗଛ ମୂଳେ
ଦୋଳିରେ ଟିକିଏ ବସିବା ।
ରଜଦୋଳି ଗୀତ ଗାଇବା
ପୋଡପିଠା ଖାଇବା
ଆନନ୍ଦେ ସଭିଏଁ ନାଚିବା
ରଜପାନ ଖାଇବା
ମେଳାକୁମେଳା ବୁଲିବା ।

କୋଷ୍ଠା, ମୟୂରଭଂଜ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ