ରଜ ଲାଗେ ଫିକାଫିକା – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରଜ ଲାଗେ ଫିକା ଫିକା
ସଜନୀ ଲୋ
ରଜ ଲାଗେ ଫିକା ଫିକା
କରୋନାର ତାଉ ବଢୁଛି ଏମିତି
ମନରେ ପସେ ଛନକା ।
ସଜନୀ ଲୋ ମନରେ ପସେ ଛନକା
ରଜ ଲାଗେ …..!!୨!!

ପହିଲି ରଜରେ ନାହିଁ ସେ ସରାଗ
ନାହିଁ ଝିଅ ଝିଆଣିଙ୍କ ଦେଖା
ତାଲାବନ୍ଦରେ ଵିତୁଛି ଜୀବନ
ଦିନ କଟୁଛି ଏକାଏକା ।
ସଜନୀ ଲୋ
ରଜ ଲାଗେ …..!!୨!!

ରଜ ଦୋଳି ସେମିତି ହୋଇଅଛି ବନ୍ଧା
କାହାରି ତ ନାହିଁ ଦେଖା
ଗାଉନି କେହି ରଜଦୋଳି ଗୀତ
ରଜ ପାନରେ ନାହିଁ ସେ ମିଠା
ସଜନୀ ଲୋ ରଜ ଲାଗେ ଫିକା ଫିକା
ରଜ ଲାଗେ …..!!୨!!

ସ୍ମୃତି ଚାରଣେ ବିତଇ ଦିବସ
ହୃଦୟ ପାଉଛି କଷ୍ଟ
କେବେ ଫେରିବ ସେ ପୁରୁଣା ଦିନ
ଜୀବନ ହେଲାଣି ଅତିଷ୍ଠ ।
ସଜନୀ ଜୀବନ …..
ରଜ ଲାଗେ …..!!୨!!

ଛୁଆଁଛୁତିରେ ବାଇ ସେ ରୋଗ
କଲାଣି କେତେ ହଟହଟା
ସାରା ଜଗତ ଥରହର ଆଜି
ସଂଗରୋଧ ଏକମାତ୍ର ପନ୍ଥା ।
ସଜନୀଲୋ ସଂଗରୋଧ ….
ରଜ ଲାଗେ ଫିକା ଫିକା !!୨!!

ଵଞ୍ଚିଥିଲେ ଥିଲେ କେତେ ଆସିବ ଯେ ରଜ
ହେବ କେତେ ମଉଜ
ଘରେ ରହି ଏସନ ପାଳିବା ଆସ
ମନରେ ନ ରଖି ଖେଦ ।
ସଜନୀଲୋ ଘରେ ପାଳିବା ରଜ ।

ତାସ,ଲୁଡୁ ଖେଳିବା ନାହିଁ
ଖେଳିବା ନାହିଁ ବାଗୁଡି
କୋରାନା କୋଉଠି ଥିବ ସେ ଛକି
ଦେବ ସବୁ ଖେଳ ସେ ବିଗାଡି ।
ସଜନୀଲୋ ସବୁ ଖେଳ ଦେବ ବିଗାଡି !!୨!!

ଜମ୍ବେଶ୍ବରପୁର, ବାଲେଶ୍ବର
ଦୁରଭାଷ ନଂ ୯୩୩୭୬୮୧୫୨୪


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ