ବଉଳ ଲୋ – ମିନାକ୍ଷୀ ପାଢ଼ୀ

ଲେଖକ ପରିଚୟ

ମିନାକ୍ଷୀ ପାଢୀ
ଚିକିଟି ପେଣ୍ଠ, ଗଞ୍ଜାମ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆହାଃ ଛବି କି ସୁନ୍ଦର,
ଭଉଣୀ ଝୁଲଇ ଦୋଳି ଉପର,
ଦେଖ ଜଗାର କେଡ଼େ ହୁନ୍ଦର ,ବଉଳ ଲୋ!

ରଜ ଭାର ଦେଲେ ରଖି,
ପଟା ଦୋଳି ଡାଳେ ବାନ୍ଧିଲେ ଟେକି,
ସଜ ହୋଇଲେ ହଳଦୀ ମୁଖୀ, ବଉଳ ଲୋ।

ସୁଭଦ୍ରା ମନ ଉଚ୍ଚାଟ,
ଦୋଳି ଝୁଲାଅନ୍ତି ଜଗତ ନାଥ,
ବଳିଭୂଜ ଙ୍କୁ ଧରି ସଙ୍ଗତ ,ବଉଳ ଲୋ।

ଆଗକୁ ଆସୁଛି ଯାତ,
ଜଗା ବଳିଆ ଙ୍କ ମନ ଉଷତ,
ମନ ଉଡ଼ୁଛି ଦୋଳି ସହିତ, ବଉଳ ଲୋ।

ଆଗରୁ ସଲା ସୁତର,
ଭଉଣୀ ସହିତ ଦୁଇ ଭାଇର,
ଭାଉଜ ଜାଣିଲେ ହେବ ପ୍ରଖର, ବଉଳ ଲୋ।

ଏମିତି ଶରଧା କାହିଁ,
ନିଶ୍ଚିତ ଖୋଜିଲେ ମିଳିବ ନାହିଁ,
ଭଦ୍ରା,ଧଳା ଓ କଳା ଗୋସାଇଁ ବଉଳ ଲୋ!

Leave a Reply

Your email address will not be published. Required fields are marked *