ବରଷକେ ଥରେ – ପଦ୍ମାଳୟା ମିଶ୍ର

ଲେଖକ ପରିଚୟ

ପଦ୍ମାଳୟା ମିଶ୍ର
ପୁରୀ, ଓଡିଶା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆସୁଛି ଆସୁଛି ବୋଲି ଉତ୍କଣ୍ଠା ଭରି
ସଭିଏଁ ହୁଅନ୍ତି ସଜ
ବରଷକେ ଥରେ ଆସି ଘରେ ଘରେ
ମଉଜ ଆଣିଛି ରଜ ।

ପିଠା ମିଠା ପାନ କୁଆଁରୀ ଛନଛନ
ମହକେ ଘର ଅଗଣା
ହସେ ପୁରପଲ୍ଲୀ ଝୁଲଇ ରଜ ଦୋଳି
ନମାନେ ମନ ବାହାନା ।

ରଜ ଭାର ନେଇ ନୂଆବୋହୂ ଆସଇ
ମଉଜ ଚାଲେ ତ୍ରିଦିନ
କାକରା ଆରିସା ପୋଡପିଠା ସରସା
ଶେଷେ ଖଣ୍ଡେ ଖଣ୍ଡେ ପାନ ।

ନବ ପରିଧାନ ପୁଲକିତ କାନନ
ରଜବତୀ ବସୁମତୀ
ନାରୀ ମନ କଥା ଅନ୍ତରେ ରଖି ବ୍ୟଥା
ପ୍ରତ୍ୟହ କାର୍ଯ୍ୟ ବିରତି ।

ଚାଲିଯିବ ପୁଣି ସମସ୍ତେ ହେବେ ଗୁଣି
ରହିଯିବ ଅପେକ୍ଷାରେ
ବାହୁଡିବ ନିଶ୍ଚେ ଖୁସି ନେଇ ପଣତେ
ହେଲେ ବରଷକେ ଥରେ ।।

Leave a Reply

Your email address will not be published. Required fields are marked *