ନଦୀ ଆଉ ନାରୀ – ଯମେଶ୍ଵର କହଲସିଂହ
ନଦୀ ଆଉ ନାରୀ
ଅନିନ୍ଦ୍ୟ ସୁନ୍ଦରୀ
ଅଭୁଲା ଅନୁରାଗର ଅନୁକମ୍ପା
ଦୁହେଁ ଏକାପରି ।।
ବୟସର ବସନ୍ତରେ
ନାରୀ ହୁଏ ସ୍ଵପ୍ନ ବିଳାସିନୀ
ଅମାନିଆ ଅଝଟିଆ
ପ୍ରେମ ପାଗଳିନୀ
ମନର ମଣିଷ ପାଇଁ
କଟାଏ ସେ ବିନିଦ୍ର ରଜନୀ ।।
ବରଷାର ନରମ ଛୁଆଁରେ
ନଦୀର ଯୌବନ ଆସେ
ଧାରା ଶିରାବଣେ
ସାଗର ସଙ୍ଗମ ପାଇଁ
ଗତିପଥ ଦିଏ ବଦଳାଇ
ହୋଇ ଉନ୍ମାଦିନୀ
କୂଳ ଲଙ୍ଘେ ପ୍ରଗଳ୍ଭା ତଟିନୀ ।।
ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା
ଦୂରଭାଷ : ୯୯୩୭୯୫୩୫୨୬

ନଦୀ ଓ ନାରୀ ମଧ୍ୟରେ ତୁଳନା ସମ୍ପର୍କୀୟ ଅନେକ କବିତା ରହିଛି। ଏଠାରେ ଆଧୁନିକ କବି ଶ୍ରୀଯୁକ୍ତ କହଲସିଂହଙ୍କ କବିତାଟି ଅନନ୍ୟ ଓ ଚମତ୍କାର।