ଜୀବନ ବହୁଛି – ତ୍ରିଲୋଚନ ଦାସ
ଜୀବନ ବହୁଛି
ନଈଟିଏ ପରି
ଦୁଇ କୂଳ ଛୁଇଁଛୁଇଁ,
କେତେ ସୁଖ ଦୁଃଖ
ହସ ଲୁହ କାନ୍ଦ
ଅସରା କାହାଣୀ କହି ।୦।
କେବେ ରାଗରୁଷା
ମାନ ଅଭିମାନ
ଚାଆ ପିଆଲାରେ ଝଡ଼,
କେବେ ଝଡ଼ ପରେ
ନୀରବ ନିସ୍ତବ୍ଧ
ଜଳାଏ ଆପଣା ନୀଡ ।
କେବେ ଖଟାମିଠା
ଭାବ ପ୍ରବଣତା
ସାତସୁରେ ଗୀତ ଗାଇ
ଜୀବନ ବହୁଛି
ନଈଟିଏ ପରି
ଦୁଇ କୂଳ ଛୁଇଁଛୁଇଁ ।୧।
କେବେ ଏ ଜୀବନ
ସ୍ନେହ ସାଗରରେ
ଦିଶୁଥାଏ ଧୂଆଁଳିଆ,
କେବେ ଚଲାପଥେ
ଆକର୍ଷିତ କରେ
ପାଉଁଶ ତଳର ନିଆଁ ।
କେବେ ଅଯତ୍ନରେ
ସାଇତା ସପନ
ଯାଏ ଚୁରମାର୍ ହୋଇ
ଜୀବନ ବହୁଛି
ନଈଟିଏ ପରି
ଦୁଇ କୂଳ ଛୁଇଁଛୁଇଁ ।୨।
ଶ୍ରୀବିହାର, ଖୋରଧା – ୭୫୨୦୫୫
ଦୂରଭାଷ – ୯୮୫୩୫୩୫୦୯୫
