ଭାରି ଭଲଲାଗେ – ପ୍ରକାଶ କୁମାର ଚାନ୍ଦ

ଲେଖକ ପରିଚୟ

ପ୍ରକାଶ କୁମାର ଚାନ୍ଦ
ଜୟପୁର ଶାସନ, ପିପିଲି, ପୁରୀ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭାରି ଭଲଲାଗେ ଗାଆଁ ସକାଳ
ଭାରି ଭଲଲାଗେ କଂସେ ପଖାଳ
ଭାରି ଭଲ ଏଇ ଖରା,
ଭଲଲାଗେ ବୋଲି ବରଷା ବସନ୍ତ
ସୁନ୍ଦର ଦିଶଇ ଧରା ।।

ଭାରି ଭଲଲାଗେ ମାମୁଁଘର ଗାଆଁ
ଭାରି ଭଲଲାଗେ ଶୁଣିଲେ ତା ନାଆଁ
ଭଲ ଆମ ଅଜା ଆଈ,
ଭଲଲାଗେ ଯେବେ ବୋଉ ସାଥେ ଯାଏ
ଘାଟେ ଡଙ୍ଗା ପାରି ହୋଇ ।।

ଭାରି ଭଲଲାଗେ ଗାଆଁ ସାଙ୍ଗସାଥୀ
ଭାରି ଭଲଲାଗେ ଗାଆଁ ଜହ୍ନରାତି
ଭଲଲାଗେ ଚାଟଶାଳୀ,
ଭାରି ଭଲ ଗାଆଁ ପାଣି ପବନ
ଧୂଳି ଚନ୍ଦନଠୁ ବଳି ।।

ଭାରି ଭଲଲାଗେ ବଣ ପାହାଡ
ଭାରି ଭଲଲାଗେ ଝରଣା କୂଳ
ଚଢେଇ ଗାଇଲେ ଗୀତ,
ଭାରି ଭଲଲାଗେ ଗୋଧୂଳି ବେଳାରେ
ତପନ ହୋଇଲେ ଅସ୍ତ ।।

ଭାରି ଭଲଲାଗେ ମାଆର ଗାଳି
ଭାରି ଭଲଲାଗେ ଭଉଣୀ ଅଳି
ବାପାଙ୍କ ଆକଟ ମାଡ,
ସେହି ଘରେ ଆମେ ଏକାଠି ରହୁ
ସରଗଠାରୁ ସେ ବଡ ।।

ଜୟପୁର ଶାସନ, ପିପିଲି, ପୁରୀ
ଦୂରଭାଷ : ୯୮୫୩୩୫୪୯୩୮


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ରଙ୍ଗନାଥ ରଥ
ବଣମଲ୍ଲୀ ପାଠକ
ରଙ୍ଗନାଥ ରଥ
1 ବର୍ଷ ପୂର୍ବରୁ

ଧନ୍ୟବାଦ ଶ୍ରୀମାନ୍ ପ୍ରକାଶ। କବିତା ମାଧ୍ୟମରେ ନିଜ ଅନୁଭୂତିରେ ଫେଣ୍ଟା ହୋଇଥବା ଗ୍ରାମୀଣ ପରିବେଶକୁ ସୁନ୍ଦର ଭାବରେ ରୂପାୟନ କରିଛନ୍ତି।

ମାମୁଁଘର = ମାମୁଘର