ବର୍ଷା ରାତିରେ – ନିଶିକାନ୍ତ କହଲସିଂହ

ଲେଖକ ପରିଚୟ

ନିଶିକାନ୍ତ କହଲସିଂହ
ସମ୍ପାଦକ - ନିର୍ମାଲ୍ୟ ସ୍ଵାଗତିକା, ଲୋକିପୁର, ଗଡମାଣତୀର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଝିରିଝିରି ଝରେ
ବୟସୀ ବରଷା
ଅନ୍ଧାର କିଟିମିଟି
ତମେ ତ ଭିଜୁଛ
ତୁମ ଅଗଣାରେ
ମୁଁ…ତ ଭିଜୁଛି ଏଠି,
ତଥାପି ମରେନା ତୃଷ୍ଣା….
ଯଦି ବା ପାଉଛି
ବରଷା ଦେହରୁ
ତୁମରି ଦେହର ବାସ୍ନା ।।

ବରଷା ଯେତିକି
ଝରୁଛି ସେତିକି
ବଢୁଛି ଦେହର ତାତି
ତୁମେ ଏତେ ଦୂରେ
ଭାରି ନିଛାଟିଆ
ଲାଗେ ଏ ବରଷା ରାତି,
ଛାତି ଖୋଜେ ଏକ ଛାତି….
ଏ ରାତିର ଛାତି
ଆମକୁ ଲୋଡୁଛି
ଆସ ସାଥୀ ଆସ ସାଥୀ ।।

ଲୋକିପୁର, ଗଡ଼ମାଣତୀର, ଖୋର୍ଦ୍ଧା
ଦୂରଭାଷ : ୯୯୩୭୯୫୩୫୨୬


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ