ଖୁସି – ତ୍ରିଲୋଚନ ଦାସ

ଲେଖକ ପରିଚୟ

ତ୍ରିଲୋଚନ ଦାସ
ଶ୍ରୀବିହାର, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜୀବନର ଶେଷ ନିଃଶ୍ଵାସ ଯାଏ ଲୋ
ତୋତେ ଭଲ ପାଉଥିବି,
ଯା’ ସାଥେ ରହ ତୁ ଖୁସିରେ ରହଲୋ
ତୋ’ ଖୁସିରେ ବଞ୍ଚିଯିବି ॥୦॥
ସଭିଏଁ ଖୋଜନ୍ତି ଖୁସି ସବୁବେଳେ
ନିଜପାଇଁ ସ୍ଵାର୍ଥ ବେଶି,
ହେଲେ ମୁଁ ଖୋଜୁଛି ତୋ’ ପାଇଁ ଆଜିଲୋ
ଦୁନିଆର ସବୁ ଖୁସି,
ତୋ’ ଖୁସି ଦେଖିଲେ ଆତ୍ମହରା ହୋଇ
ନିଜକୁ ମୁଁ ଭୁଲିଯିବି,
ଜୀବନର ଶେଷ ନିଃଶ୍ଵାସ ଯାଏ ଲୋ
ତୋତେ ଭଲ ପାଉଥିବି ॥୧॥
ବାଟ ସାଥି ମୋର ହୋଇ ପାରିବୁନି
ବୁଝିବାକୁ ନାହିଁ ବାକି,
ହେଲେ ତୋ’ ଖୁସିରେ ମୋ’ ଖୁସି କାହାଣୀ
ନିତି ପଢେ ନିଜେ ଲେଖି,
ଯୁଦ୍ଧରେ ଜିତିବା ନାହିଁ ମୋର ଆଶା
ନିଜେ ନିଜେ ହାରିଯିବି,
ଜୀବନର ଶେଷ ନିଃଶ୍ଵାସ ଯାଏ ଲୋ
ତୋତେ ଭଲ ପାଉଥିବି ॥୨॥

ଶ୍ରୀବିହାର, ଖୋର୍ଦ୍ଧା-୭୫୨୦୫୫
ଦୂରଭାଷ : ୯୮୫୩୫୩୫୦୯୫


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ