ଗୁରୁ ସାକ୍ଷାତ ପରଂବ୍ରହ୍ମ – ଘନଶ୍ୟାମ ସାହୁ
ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର
ଗୁରୁ ସାକ୍ଷାତ ପରଂବ୍ରହ୍ମ ନମୁଛୁ ତାଙ୍କ ପୟର ।।୦।
ଆହେ ଭକତ ବାନ୍ଧବ
ପୂଜ୍ୟପାଦ ଗୁରୁଦେବ
ଜୟ ବାବା କଇଁଫୁଲ ଘେନ କୋଟି ନମସ୍କାର ।।୧।
ଗୁରୁ ରୂପେ ଅବତରି
ଭ୍ରମିଲ କାନ୍ତାର ଗିରି
ଶ୍ରୀକ୍ଷେତ୍ରରୁ ପ୍ରଚାରିଲ ଭାଗବତ ତତ୍ତ୍ଵ ସାର ।।୨ ।
ଜାନୁଦେଶରେ କାଛେଣୀ
ହସ୍ତରେ ଯଷ୍ଟି ଖଞ୍ଜଣି
କନ୍ଧେ ଶ୍ୱେତ ଉତ୍ତରୀୟ ଶୁଭ୍ର ଠେକା ଶୋଭେ ଶିର ।।୩।
ଭୁଲି ହେଉନାହିଁ ରୂପ
ତୁମ ସେ ସନ୍ଥ ସ୍ୱରୂପ
ଶରଣ ପଶୁଛୁ ବାବା ଦୀନ ଜନେ କୃପା କର ।।୪ ।
ଆସ ଫେରି ଏହି ଧାମ
ପୁରୁ ଭକ୍ତ ମନସ୍କାମ
ଭଣେ ଦାସ ଘନଶ୍ୟାମ ଦରଶନେ ଆଶା ମୋର ।।୫ ।
ଆଠମଲ୍ଲିକ ରୋଡ଼, ବଇଣ୍ଡା, ଜିଲ୍ଲା-ଅନୁଗୋଳ,
ମୋବାଇଲ୍ ନମ୍ବର୍ – ୭୯୭୮୦୫୭୬୯୫
