ହଟିଆ ସାଆନ୍ତ – ସୁଧାକର ସେଠୀ
ଜଗା କରିଛୁ କି ଅଭିମାନ
ତୋ କୃପା ବିନା ପତ୍ର ହଲେନା
ସବୁଥିରେ ତୋ ଆଶିଷ ଚିହ୍ନ
ଜଗା କରିଛୁ…..
ଘଟିଚାଲିଛି ଏମିତି ଘଟଣା
ତାକୁ ବା କହିଵା କିସ
କେବେ ଶୁଣିନୁ କେଵେ ଜାଣିନୁ
ଭାବିଲେ ଲାଗେ ହତାସ
ଜଗା ଭାବିଲେ….
ଭଲଲାଗୁନି କି ହେଲା କହ
ଏକି ତୋହର ଇଛା
ତୋ ଭକତ ଘରେ ତାଟିକଵାଟ
ପାଉନି ଆଉ ଭରସା ।
ଜଗା ପାଉନି…..
ସାରା ଜଗତ ତୋ ମୟାରେ ବନ୍ଧା
ଏକି ହେଲା ଵିପରିତ
ମନୁଆ ସାଆନ୍ତ ମନ ମାନିଲେ
ହଟନ୍ତା ଗରିବ ଦୁଃଖ ।
ଜଗା ହଟନ୍ତା….
ସାରା ଦୁନିଆ ରହିଛି ଚାହିଁ
ତୁ ପରା ଜଗତନାଥ
ତୋ ଲୀଳାଖେଳା ହେବ କି ଅଧୁରା
ଶ୍ରୀଅଙ୍ଗେ ଲାଗିବ ଦୋଷ
ଜଗା ଶ୍ରୀଅଙ୍ଗେ…..
ଜମ୍ଵେଶ୍ବରପୁର, ବାଲେଶ୍ବର
ଦୁରଭାଷ ନଂ-୯୩୩୭୬୮୧୫୨୪
