ତୁମ ସ୍ମୃତି ଜାଳେ ମୋତେ – ସିଦ୍ଧେଶ୍ଵର ତ୍ରିପାଠୀ

ଲେଖକ ପରିଚୟ

ସିଦ୍ଧେଶ୍ଵର ତ୍ରିପାଠୀ
କୁଣ୍ଡିଲୋ, କେରଙ୍ଗ, ଖୋରଧା | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଭାବନା ରାଇଜେ ହଜିଗଲା ପରେ
ଭେଟ ହୁଏ ତୁମ ସାଥେ
କାଗଜ କଲମ ଧରିଲେ ହାତରେ
ତୁମ ସ୍ମୃତି ଜାଳେ ମୋତେ ।

ଅକ୍ଷର ଶବଦ ପାଦ ଆଉ ପଦ
ଯାହା କିଛି ଦିଏ ଲେଖି
ଶୀର୍ଷକ ସାରାନ୍ସ ଉପଧା ଓ ଛନ୍ଦ
ପ୍ରେମ ରଙ୍ଗ ଥାଏ ମାଖି ।

ବିଭୋର ବେଳାକୁ ବିରହ ପାଗରେ
ସଜାଏ ମୁଁ ଏଇ ହାତେ
କାଗଜ କଲମ ଧରିଲେ ହାତରେ
ତୁମ ସ୍ମୃତି ଜାଳେ ମୋତେ ।

କେତେତ ରଜନୀ ଗଲାଣି ସଜନୀ
ନାହିଁ ସେଇ ମଧୁ ମାସ
ବିଗତ ମଧୁର ଥିଲା ସାତସୂର
ବେସୂରା ଏ ପରିବେଶ ।

ଶେଷ ପଦକରେ ଦେଲ ଯେଉଁ ବିଷ
ରହିଲା ଜୀବନ ସାଥେ
କାଗଜ କଲମ ଧରିଲେ ହାତରେ
ତୁମ ସ୍ମୃତି ଜାଳେ ମୋତେ ।

One Reply to “ତୁମ ସ୍ମୃତି ଜାଳେ ମୋତେ – ସିଦ୍ଧେଶ୍ଵର ତ୍ରିପାଠୀ”

  1. ଧନ୍ୟବାଦ ସିଦ୍ଧେଶ୍ଵର ବାବୁ। ସୁନ୍ଦର ଭାବରେ ସ୍ମୃତି ସାଉଣ୍ଟିଛନ୍ତି।
    ସାରାନ୍ସ = ସାରାଂଶ (ସାର+ଅଂଶ), ବେସୂରା = ବେସୁରା,

Leave a Reply

Your email address will not be published. Required fields are marked *