ଦେବସ୍ନାନ ପୂର୍ଣ୍ଣିମା – ସଦାନନ୍ଦ ସାହୁ
(ମହାପ୍ରଭୁଙ୍କ ମହାସ୍ନାନ ଯାତ୍ରା)
ଜ୍ୟେଷ୍ଠ ପୂର୍ଣ୍ଣିମାର ପବିତ୍ର ତିଥିରେ
ସ୍ନାନବେଦୀ ଉଠେ ହସି ;
ଚତୃର୍ଦ୍ଧା ମୂରତ୍ତୀ ସାହାନ କରନ୍ତି
ସ୍ନାନ ମଣ୍ଡପରେ ବସି !!
ସ୍କନ୍ଦପୁରାଣରେ ବର୍ଣ୍ଣିତ ହୋଇଚି
ସ୍ନାନବିଧି ଯଥା ରୀତି
ଏ’ଜଳ ଦିବସ ଶୁଭ ଅବକାଶ
ଦେବସ୍ନାନ ଭାବେ ଖ୍ଯାତି ॥
ଉତ୍କଳ ଭୂମିରେ ପବିତ୍ର ଶ୍ରୀକ୍ଷେତ୍ରେ
ପ୍ରଭୁ ଲୀଳାଖେଳା ବେଶି ;
ବାରମାସେ ତେର ପରବ ତାଙ୍କର
ଜନନେତ୍ରେ ଉଠେ ଭାସି !!
ଧାଡି ପହଣ୍ଡିରେ ପ୍ରଭୁ ଢଳି ଢଳି
ଆସନ୍ତି ସାହନବେଦୀ ;
ମଙ୍ଗଳ ଆଳତୀ ମଇଲମ ନିତୀ
କରନ୍ତି ସୁଆର ଜାତି !!
ଶୀତଳା ଦେବୀଙ୍କ ସୁନାକୂପ ଜଳ
ସାହାନ ପବିତ୍ର ନୀର ,
ଗରାବଡୁ ବନ୍ଧୁ ବୋହି ଆଣେ ସବୁ
ଅଧିବାସେ ନିରନ୍ତର !!
ନିଷ୍ଠା ସହକାରେ ଭୋଗ ମଣ୍ଡପରେ
ସଂଗୃହୀତ ନୀର ରଖେ ;
ଶୋଧନ ପକ୍ରିୟା ସମାପନପରେ
ସ୍ନାନଅର୍ଥେ ଜଳ ଲାଗେ !!
ଶହେ ଅଷ୍ଟଗରା ସୁବାଷିତ ନୀର
ବିଧି ମୁତାବକ ଆସେ ;
ଭାଗ ଅନୁସାରେ ହୁଏ ସମର୍ପଣ
ସ୍ନାନବେଦୀ ଜଳେ ଭାସେ !!
ପବିତ୍ର ମିଳନ ଦେଖେ ଭକ୍ତଜନ
ପ୍ରଭୁଙ୍କ ସାହନ ନୀତି ,
ସଙ୍ଗତରେ ଭ୍ରାତା ଭଗନୀ ଶୁଭଦ୍ରା
ସୁଦର୍ଶନ ଦେବ ପ୍ରୀତି !!
ଅପୂର୍ବ ଏ’ନିତୀ ହେ’ଜଗତ ପତି
ଆଜି ତୁମ ଜନ୍ମଦିନ ;
ଜଳାଭିଷେକ’ରେ ଝଟକୁଛ ସତେ
ଦେଖୁଛି ମୋ’ପାପ ନେତ୍ର!!
ଶୁଭ ଆଶୀର୍ବାଦ କର ମହାନେତ୍ର
ହସିବ ଉତ୍କଳ ଭୂମି ;
ସ୍ନାନବେଦୀ ଜଳ ଅମୃତ ପରଶ
ଭକ୍ତଜନ ମହାପ୍ରେମି !!

କରୋନା ସଙ୍କଟ ହେଉ ଦୁରୀଭୂତ
ଏ’ପୁଣ୍ୟ ତିଥିରେ ଆଜ ,
ସ୍ନାନବେଦୀ ଜଳ ମହୌଷଧୀ ହେଵ
ଭକତ ପରାଣ ମିତ ॥
ଆହେ ମହାବାହୁ ତୁମେ ଥାଉଁଥାଉଁ
ମହାମାରୀ ଥମୁନାଇଁ ;
ଜାଣି ଜାଣି ବୋଧେ ବସିଛ ନୀରବେ
ବୁଝାଜମା ପଡୁନାଇଁ !!
ଭକତଙ୍କ ମେଳ ହେବନି ଏଥର
ପ୍ରଭୁଙ୍କର ମହାଇଚ୍ଛା ;
ବିନା ଭକତରେ ଯାତରା ପାଳିବେ
ପୁର୍ଣ୍ଣହେବ ମନବାଞ୍ଛା !!
ଏପବିତ୍ର ତିଥିରେ ବିନତୀ ମୁଁକରେ
ଆହେପ୍ରଭୁ ଜଗନ୍ନାଥ ;
ରୋଗ ଶୋକ ଦୁଃଖ ଦୂରୀଭୂତ କର
ଝୁରିବ. ସାରା ଜଗତ. !!
!! ଭକତ ପରାଣ ମିତ ॥
ସଦାନନ୍ଦ ସାହୁ,
କାରାକର୍ମଚାରୀ, ଧୁରୁଷିଆ, ଆଠଗଡ଼, କଟକ

ସ୍ଵାଗତମ
ଶବ୍ଦଗୁଡ଼ିକର ବନାନରେ ଅନେକ ଅଶୁଦ୍ଧି ରହୁଛି। ଏହା ଏକ ଭାଷା ଓ ସାହିତ୍ୟଭିତ୍ତିକ ପତ୍ରିକା ହେତୁ ଲେଖକ ଓ ସମ୍ପାଦକ ମଣ୍ଡଳୀ ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ।
ଚତୃର୍ଦ୍ଧା ମୂରତ୍ତୀ ସାହାନ = ଚତୁର୍ଦ୍ଧା ମୂରତି ସ୍ନାହାନ,
ହୋଇଚି = ହୋଇଛି,
ସାହନବେଦୀ = ସ୍ନାହାନବେଦୀ,
ନିତୀ = ନୀତି,
ସୁବାଷିତ = ସୁବାସିତ,
ଭଗନୀ ଶୁଭଦ୍ରା = ଭଗିନୀ ସୁଭଦ୍ରା,
ମହାପ୍ରେମି = ମହାପ୍ରେମୀ,
ଦୁରୀଭୂତ = ଦୂରୀଭୂତ,
ପୁର୍ଣ୍ଣହେବ ମନବାଞ୍ଛା = ପୂର୍ଣ୍ଣହେବ ମନୋବାଞ୍ଛା,
ମୋବାଇଲ app ରେ ଓଡ଼ିଆ typing ଜନିତ ତୃଟି ; ଆପଣଙ୍କରସୁ ଚିନ୍ତିତ ମତାମତ ପାଇଁ ଅଶେଷ ଧନ୍ୟବାଦ !! ଅବଗତ ହେଲି; ଆଗକୁ ଏ ପରି ତ୍ରୁଟି ସୁଧାରିବା ପାଇଁ ବିଶେଷ ଧ୍ୟାନ ଦେବି !!
ତୃଟି ମାର୍ଜନା କରିବେ !! 🌹🙏🌹
ସମସ୍ତ ପାଠକ ପାଠିକା ମାନଙ୍କୁ କୃତଜ୍ଞତା ଜ୍ଞାପନ କରୁଛି 🙏🌼🙏