ଧନ୍ୟବାଦ ମୁଖ୍ୟମନ୍ତ୍ରୀ
କରୋନା ଗ୍ରାସିଛି ସମଗ୍ର ବିଶ୍ବକୁ,
ବିଶ୍ବ ଆଜି ସଚେତନ ।
ସେ ସଚେତନରେ ହୋଇଲ ସାମିଲ୍,
ମୁଖ୍ୟମନ୍ତ୍ରୀ ହେ ନବୀନ ।।
ବିଦେଶୁ ଫେରିଲେ ଭଉଣୀ ତୁମର,
ପାଦ ଦେଲେ ଭାରତରେ ।
ଭଉଣୀଙ୍କ ପଞ୍ଜୀକରଣ କରିଲ,
ବାର୍ତ୍ତା ସମାଜ ହିତରେ ।।
ଉଦାହରଣଟେ ସୃଷ୍ଟି କଲ ତୁମେ,
ହେ ଓଡିଆଙ୍କ ପ୍ରିୟ ନେତା ।
ବିଦେଶ ଫେରନ୍ତା ତୁମର ନୀତିକୁ,
ମାନିବେ ନକରି ଚିନ୍ତା ।।
କରୋନାର ମୁକାବିଲା କରିବାକୁ,
ପଦକ୍ଷେପ ସବୁ ଯେତେ ।
ପ୍ରଶାସନ ସ୍ତରେ ଜାରିକଲ ସବୁ,
ଓଡିଶାବାସୀଙ୍କ ହିତେ ।।
ମୋଦି ପ୍ରଶଂସିଲେ ତୁମେ ନେଇଥିବା,
କରୋନା ମାରଣ ନୀତି ।
ତୁମ ପାଇଁ ଆଜି ଓଡିଶା ଗର୍ବିତ,
ଧନ୍ୟବାଦ ମୁଖ୍ୟମନ୍ତ୍ରୀ ।।
ବୀରେନ୍ କୁମାର ବେହେରା
ପୋଷାଇ, ମହାକାଳପଡା, କେନ୍ଦ୍ରାପଡା
Email- beherabirenkumar65@gmail.com
ଯୋଗାଯୋଗ-7008793663
