ପୁସ୍ତକ ! ଶ୍ରେଷ୍ଠ ତୁ ଜୀବନ ବାନ୍ଧବ

ଲେଖକ ପରିଚୟ

ହାସ୍ୟମୟୀ ରାଜ
ଓରାଳି, ହାଟଡିହି, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଜ୍ଞାନର ଅସରନ୍ତି ଭଣ୍ଡାର ତୁ
ଜିଇଁବାର ଆଶା
ଶୂନ୍ୟ ଏ ହୃଦୟ ତନ୍ତ୍ରୀରେ
ଅନାବିଳ ଭାଷା
ଶୁଭ୍ର ତୋ କାଗଜ ଫର୍ଦ୍ଦରେ
ଝରିପଡେ ଯେବେ ମସୀ ଧାର
ତୁ ହେଉ ଛବିଳ ସୁନ୍ଦର
ଆଙ୍କି ଦେଉ ନକ୍ସା ଏ ବିଶ୍ବର
ଭରୁଥାଉ ଜୀବନ ଜିଜ୍ଞାସା ।
ତୋର ସ୍ନିଗ୍ଧ କଳେବର
ଭାବ ଆଉ ଭାଷା ସମାହାରେ
ହୁଏ ବିମଣ୍ଡିତ
ଖୋଲୁଥାଉ ସୃଷ୍ଟିର ରହସ୍ୟ
ତୋଳି ଧରୁ ହୃଦୟରେ
ସଂସ୍କୃତି ବିଜ୍ଞାନ ସାହିତ୍ୟ
ଅବା ଜୀବନ ନିର୍ଯ୍ଯାସ
ହସ ଦେଇ ଫେଡୁ ସଦା ଦୁଃଖ
ଭରୁଥାଉ ମନରେ ସାହସ ।
ପଶିଗଲେ ଥରେ ତୋ ଭିତରେ
ଭିନ୍ନ ଏକ ଦୁନିଆରେ ବୁଲେ
ଭୂଲିଯାଏ ଭୋକ ଶୋଷ
ସମୟ ଇଂଗିତ,
ମଧ୍ଯାହ୍ନର ଜ୍ବାଳା କେବେ
ରକ୍ତିମ ସୂର୍ଯ୍ୟାସ୍ତ ।
ହେ ପୁସ୍ତକ !
ତୁ ଯେ ଅଭିନବ ଶ୍ରେଷ୍ଠ ସ୍ରୁଷ୍ଟି
ଯୁଗ ପାଇଁ ଜାତି ପାଇଁ
କେବଳ ରଙ୍ଗୀନ୍ ରୂପରେ
ଆଜି ନୁହେଁ
ତୋ ଜୟଗାନ କରେ
ପ୍ରାଚୀନ ତାଳପତ୍ର ପୋଥି ଠାରୁ
ଇତିହାସ ଅଭିଲେଖ ,
ଜ୍ଞାନର ଗନ୍ତାଘରେ ତୁ
ସାଇତା ସିନ୍ଦୁକ
କେମିତି ବର୍ଣ୍ଣିବି ତୋତେ
ହୃଦୟ ଭାବନା ନିଶ୍ଚେ
ପଡ଼ିବ ନିଅଣ୍ଟ ।
କାଗଜ ଫର୍ଦ୍ଦ ଭିତରେ
ନାଲି ନେଳି ଅକ୍ଷର ତୁ ନୁହେଁ
ଜୀବନର ଶ୍ରେଷ୍ଠ ବନ୍ଧୁ
ହୃଦୟ ବିଭବ
ଭରୁଥାଉ ଜୀବନର
ପ୍ରତି ପଦପାତ।
**********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ