କବିତା – ପ୍ରତିଶ୍ରୁତି – ରବୀନ୍ଦ୍ର କୁମାର ବିଶ୍ଵାଳ

ଲେଖକ ପରିଚୟ

ରବୀନ୍ଦ୍ର କୁମାର ବିଶ୍ଵାଳ
ଆଚାର୍ଯ୍ୟ ବିହାର, ଭୁବନେଶ୍ୱର, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମେ ଯଦି ଟିକେ ଇଙ୍ଗିତ କରିବ ।
ଚନ୍ଦ୍ର ସୂର୍ଯ୍ୟ ଓ ଇନ୍ଦ୍ରକୁ ଖାତିର ନକରି
ତୁମକୁ ନେଇ ମୁଁ ସ୍ଵର୍ଗରେ ପହଞ୍ଚଇଦେବି ।

ଏଠି ଯଦି ତୁମେ ତୁମର ମୁକ୍ତ କେଶରାଶିକୁ
ବିଛାଡ଼ିଲା ପରି ମେଲିଦେବ, ଏଇ ଆଗନ୍ତୁକର ସମ୍ମୁଖରେ…
ମୁଁ ଆକାଶର ଶୂନ୍ୟ ଫର୍ଦ୍ଦ ଖୋଲି ।
କବିତାର ଅକ୍ଷର ଗୁଡ଼ିକୁ ସଜାଡ଼ି ଦେବି
ତୁମର ଉଦେଶ୍ୟରେ… !

ବେ ଯଦି ତୁମ ପଳାଶ ଓଠରେ,
ବସନ୍ତର ମଧୁ ଚୁମ୍ବନଟିଏ ଦେବ
ମୁଁ ଦିଗବଳୟ ପରି ପରିବ୍ୟାପ୍ତ ହୋଇ ଭକ୍ତ ହୋଇଯିବି
ତୁମର ଭବିଷ୍ୟତ ସମ୍ମୁଖରେ… 1

କେବେ ଯଦି ତୁମେ ଅନୁକମ୍ପା ପାଇଁ,
ପ୍ରତୀକ୍ଷା କରି ରହିଁ ବସିବ,
ତୁମପାଇଁ ସ୍ପନ୍ଦନର ଗାଥାଗାଇ, ରୋଷଣୀ ବଜାଇ,
ଆଲିଙ୍ଗନ କରି
ଜନ୍ମ ଜନ୍ମାନ୍ତର ପାଇଁ ପ୍ରତିଶ୍ରୁତି ଦେଇ, କୋଳେଇ ନେବି
ବନ୍ଧୁତ୍ବର ପରିଭାଷାରେ…


ରଚନା : ରବୀନ୍ଦ୍ର କୁମାର ବିଶ୍ବାଳ

ଠିକଣା : ରବୀନ୍ଦ୍ର କୁମାର ବିଶ୍ୱାଳ .
ଏମ.୫ /୧୮. ଆଚାର୍ଯ୍ୟ ବିହାର, ଭୁବନେଶ୍ୱର .୭୫୧୦୧୩
ଦୂରଭାଷ- ୯୩୩୧୭୩୨୨୩୩ ଦୂରଭାଷ : 9337132233


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Rebati Media
ବଣମଲ୍ଲୀ ପାଠକ
Rebati Media
5 ମାସ ପୂର୍ବରୁ

Bahut Bhala Laagila Pratishuti Kabita ti