ଅଷାଢ ଆଏଲାନ – ଶ୍ୟାମ ସୁନ୍ଦର କୁମ୍ଭାର

ଲେଖକ ପରିଚୟ

ଶ୍ୟାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଅଷାତ଼ ଆଏଲାନ
ଇ ପୁର୍ଥି ଭିତ୍ରେ କାହାରିର୍ ରାଜ୍ ଚିରନ୍ତନ୍ ନୁହେଁ
ଜେଠ୍ ମାସର୍ କାନେ କହେଲାନ |

ଖରାର୍ ମାଡ଼େ ଜୀବଜଗତ୍ ହେଉଥିଲେ ଡହକ୍ ବିକଲ୍
ଧର୍ତୀ ରାନୀର୍ ତାଲୁ ଶୁଖିକରି ହେଉଥଲା କଲ୍ ବଲ୍
ପହିଲ୍ ଅଷାତ଼ର୍ ପହିଲ୍ ବର୍ଷା
ସବ୍କେ ଶିତଲ୍ କର୍ଲାନ |1|

ସର୍ପଟିଥିଲା କୁଇଲୀ ରାନୀ କୁହୁକୁହୁ ଗୀତ୍ ଗାଏଲାନ
ତ଼ୁଡ଼ା ନଲିଆନେ ବେଙ୍ଗ୍ଲି ରାନୀ କେଁ କଟର୍ ଡାକ୍ ଛାଡ଼ଲାନ
କଲାହଁଡ଼ିଆ ବାଦଲ୍ ଦେଖି
ମୟୁରୀ ରାନୀ ନାଚ୍ଲାନ |2|

ଠୁଁଟା ଗଛେ ଖୁଟେଁ ପତର୍ ପାଆଁଲି ପବ୍ନେ ଦୁଲି ଖେଲଲାନ
ଘାଁସ୍, ଲଟା ,ବୂଦା ଛନ୍ ଛନେଇ କଅଁଲି ଗଜା ମେଲଲାନ
ଧରତୀ ରାନୀର୍ କେଡ଼େ ଗହଗହ
ସାଗୁଆ ଶାତ଼ୀ ପିନ୍ଧ୍ଲାନ|3|

ଲଟାବାଛିର୍ ମାଁ ଭୁଗ୍ଲି ଧରି ପଦର୍ ଆଁଟ୍ କେ ଧାଏଁଲାନ
ସିରେଲ୍ ,ତ଼େଲ୍ପୁରି, ମୂଷାକାନୀ ଶାଗ୍ ବାଛିନିଛି କରି ତୁଲଲାନ
ଲେସୁନ୍ ସାଙ୍ଗେ ଖର୍ଡି ଦେଇଛେ
ତାର୍ କହଁରେ ଲାହା ଥିପ୍ଲାନ |4|

ପହପହନୁ ହଲ୍ ନଙ୍ଗଲ୍ ଧରି ଖେତ୍କେ ଚାଷି ଧାଏଁଲାନ
ପତ୍ରା ତଲର୍ ଜାମ୍ ବହାଲିନେ ହଲିଆ ଗୀତ୍ ଗାଏଲାନ
ଚାଷ୍ କରି ତାର୍ କୁଟୁମ୍ ପୁଷ୍ବା
ଅଁଟେ ଗମ୍ଛା ଭିଡ଼୍ଲାନ |5|

ଛତି ,କର୍ଡି ,କଞ୍ଜେର୍ ଶାଗ୍,କଁକୋଡ଼ୋ ହେତ୍କେ ମିଲ୍ବାନ
ଘୁଲି ,କଁକରା ,ଟେଙ୍ଗ୍ନି ,କୁତ୍ରି ବାହାଲ୍ ଡୁଲିକେ ଚତ଼ବେନ
ଯାନ୍ଦ କୁମୁନା ଧଏଁର୍ ସାଜିଥା
ଝୁରି ପୁର୍ଗା ଖାଏମାନ |6|

ଦୁଃଖ୍ ସହିଥିଲେ ସୁଖ୍ ମିଲ୍ସି ସୁଖର୍ ସମିଆଁ ଆଏଲାନ
ଦମ୍ ଧରିଥିଲେଁ ଟକ୍ ନି ଟଲେ ଦମ୍ ହାରୀଦେଲେ ସର୍ଲାନ
ଯାହାର୍ ସମଆଁଥି ସେ ବର୍କସ
ଜେଠ୍ କେ ଅଷାତ଼୍ କହେଲାନ |7|

ଶ୍ଯାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ ,ଗାଇସିଲେଟ ,ବରଗଡ଼


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Shyamsundar kumbhar
ବଣମଲ୍ଲୀ ପାଠକ
Shyamsundar kumbhar
1 ବର୍ଷ ପୂର୍ବରୁ

ମୋର ଛଅଟି କବିତା ୟା ପୂର୍ବରୁ ବଣମଲ୍ଲିରେ ପ୍ରକାଶିତ ହୋଇଛି ,ସେ ଗୁଡ଼ିକ ଏଇଠି ସୋ କରୁ ନାହିଁ ।