ଆଷାଢ଼ – ଅଶୋକ କୁମାର ପ୍ରହରାଜ

ଲେଖକ ପରିଚୟ

ଅଶୋକ କୁମାର ପ୍ରହରାଜ
ପୁରୀ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆଷାଢ ଆକାଶେ ରଙ୍ଗ ଇନ୍ଦ୍ରଧନୁ
ଅମ୍ବର ଅମ୍ବରେ ଛିଟ ଲେପିଛି
ଅଳ୍ପ ଅଳ୍ପ କଳା ଘନର ରୋଷଣୀ
ଆରଦିଗେ ନଭେ ବାନ୍ଧ ବୁଣୁଛି. (1)
ଅଭିସାରିକାଟେ ସାଜିଣ ମୟୂରୀ
ଆନନ୍ଦେ ମହୁରୀ କେତେ ଫୁଙ୍କୁଛି
ଅତୁଳନୀୟ ସେ ଆଭାରେ ବିଭୋରେ
ଅଧୀରେ ମୟୂର ନୃତ୍ୟ ରଚୁଛି.(2)
ଆଶାର କିରଣ ଭରସା ସଞ୍ଚରି
ଅସୁମାରୀ ସ୍ବପ୍ନ ଝୋଟି ଛାଟୁଛି
ଆସୁଅଛି ବର୍ଷା ବାର୍ତ୍ତା ସଙ୍ଗେ ଧରି
ଅଙ୍କେ ବସୁମତୀ ଆଙ୍କିବ ସୁନ୍ଦରୀ
ଆବର୍ତ୍ତମାନର ତୁଳୀ ଧରିଛି.(3)
ଅଗ ମୁଣ୍ଡେଇଛି ଅଗେ ମେଘମାଳା
ଆଭାସ ଦେଉଛି ବରଷା ହେବ
ଆନନ୍ଦେ ନାଚିବେ ସବୁ ତରୁଲତା
ଆମୋଦିତେ ମାଟି ମହକି ଯିବ. (4)
ଅନୁଭବି ବର୍ଷା ଛିଟାର ପରଶ
ଆହ୍ଲାଦିତ ହୁଏ ପ୍ରିୟାର ମନ
ଅଙ୍କୁରୁଛି କେତେ ପ୍ରୀତିର ଆବେଶ
ଆଭରଣେ କାନ୍ତି ଜନ୍ମେ ଯେସନ. (5)
ଅପ୍ରମିତ ଦଳେ ବିନ୍ଦୁ ବିନ୍ଦୁ ବାରି
ଅତୁଲ୍ୟ ସୌନ୍ଦର୍ଯ୍ୟ ବିଭା ରଚିବ
ଆୟୁଷ ତା’ନୁହେଁ କେବେ ଚିରସ୍ଥାୟୀ
ଅକାଟ୍ୟ ସତ୍ୟର ବାର୍ତ୍ତା ବାଣ୍ଟିବ. (6)
ଆୟୁ ତ କାହାର ନୁହଁଇ ଆୟତ୍ତ
ଅଚିରେ ଦିନେ ସେ କାଳ ଲଭିବ
ଆସିବା ଯିବାଟା ସୃଷ୍ଟିର ନିୟମ
ଆବେଷ୍ଟନୀ ତା’ର କିଏ ଭାଙ୍ଗିବ??. (7)

ଅଶୋକ କୁମାର ପ୍ରହରାଜ, ପୁରୀ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ