ତେଲୁଣି ପୋକ – ଶୁଭକାନ୍ତ ସାହୁ

ଲେଖକ ପରିଚୟ

ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଛୁକ୍ ଛୁକ୍ ଛୁକ୍ ଶୁଭୁନି ସିନା
ଚାଲେ ତ ରେଳ ଗାଡି,
ବିପଦ ପଡ଼ିଲେ ଦେହକୁ ତା’ର
କୁଣ୍ଡଳୀରେ ଦିଏ ମୋଡି
ଲୋଡ଼େ ନାହିଁ ସିଏ ରେଳପଥ
ଯେଣେ ଇଛା ଯାଏ ମାଡି,
ବିପଦ ହଟିଲେ କୁଣ୍ଡଳୀ ଭିତରୁ
ମୁଣ୍ଡ ପୁଣି ଦିଏ କାଢି।
ଲୋଡ଼େ ନାହିଁ ସିନା ରେଳ ପଥ
ଦେହେ ଚାଲିଗଲେ ସିଏ,
ରେଳପଥ ପରି କଳା କଳା ହୋଇ
ଦାଗ ପୁଣି ପଡ଼ିଯାଏ।
କୁଣ୍ଡଳୀକୁ ଦେଖି ପରିହାସେ ଜେଜେ
କହନ୍ତି ପଇସାଟିଏ,
ଓଳିଆରୁ ଗଜା ନାତିଟୋକା କହେ
ତେଲୁଣୀ ପୋକ ତ ସିଏ।
ହସାହସି ଜେଜେ ନାତି
ତେଲୁଣୀ ପୋକତ ନିରୀହ ଜୀବଟେ
କରେନି କାହାର କ୍ଷତି।

ଶୁଭକାନ୍ତ ସାହୁ
ଦେଉଳପଲ୍ଲୀ, କଳମ୍ବ, ପୋଲସରା, ଗଞ୍ଜାମ, ପିନ୍:୭୬୧୧୦୫
ମୋ: ୯୮୬୧୭୩୨୨୫୬


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ