ଆହେ ଜଗତନାଥ – ସୁଶ୍ରୀ ମଧୁସ୍ମିତା ସାହୁ

ଲେଖକ ପରିଚୟ

ସୁଶ୍ରୀ ମଧୁସ୍ମିତା ସାହୁ
ଚାନ୍ଦପୁର, ନୟାଗଡ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଆହେ ଭାବଗ୍ରାହୀ ତୁମେ ତ ରହିଛ
କେଉଁଠି କେତେ ରୂପରେ
ସବୁରି ହୃଦୟେ କରି ଥାଅ ବାସ
ନିତି ସଞ୍ଜ ସକାଳରେ
ଆହେ ଜଗତନାଥ
ବାରେ ଘେନା କର ମୋ ଆରତ ।
ଚକାଆଖିରେ ତ ଦେଖୁଛ ଜାଣୁଛ
ହୃଦେ ଥାଇ କି ନ ଜାଣ
ନିତି ଲୀଳା ତୁମ ସାଧୁଙ୍କ ପାଳନ
ଦୁଷ୍ଟଙ୍କୁ କର ଦଳନ
ଆହେ ଜଗତନାଥ
ବାରେ ଘେନା କର ମୋ ଆରତ ।
ଦାରୁ ବ୍ରହ୍ମ ରୂପେ ଶ୍ରୀକ୍ଷେତ୍ର ରେ ରହି
ପତିତ ଜନେ ଉଦ୍ଧର
କର୍ଣ୍ଣ ନଥାଇ ବି ଡାକ ଶୁଣି ପାର
ଭକ୍ତ ଥିଲେ ଯେତେ ଦୂର
ଆହେ ଜଗତନାଥ
ବାରେ ଘେନା କର ମୋ ଆରତ ।
ତୁମରି ନିର୍ଦ୍ଦେଶେ ସୂର୍ଯ୍ୟ ଚନ୍ଦ୍ର ଯାତ
ଦିବାନିଶି କଲ ସୃଷ୍ଟି
କର୍ମ ଫଳ ଦାତା ଜଗତ କରତା
ସବୁରି ଅନ୍ତରେ ସ୍ଥିତି
‌‌ ଆହେ ଜଗତନାଥ
ବାରେ ଘେନା କର ମୋ ଆରତ ।
ବରଷକେ ଥରେ ବିରାଜି ରଥରେ
ସଭିଙ୍କୁ ଦିଅ ଦର୍ଶନ
ସବୁ ଧରମର ପ୍ରତୀକ ସ୍ୱରୂପ
‌ ପ୍ରଭୁ ପତିତ ପାବନ
ଆହେ ଜଗତନାଥ
ବାରେ ଘେନା କର ମୋ ଆରତ ।

ସୁଶ୍ରୀ ମଧୁସ୍ମିତା ସାହୁ
ଚାନ୍ଦପୁର, ଜିଲ୍ଲା – ନୟାଗଡ଼


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ