ଚଷା ଲକ୍ଷେ ପୁଷା – ଶ୍ୟାମ ସୁନ୍ଦର କୁମ୍ଭାର

ଲେଖକ ପରିଚୟ

ଶ୍ୟାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଚଷା ଲକ୍ଷେ ପୁଷା
ସହଜ୍ ସରଲ୍ ଚାଲିଚଳନ୍
ନିନ ମନେ ଛନ୍ଦ
ଇ ମାଟି ମୋର୍ ଜନମ୍ କରମ୍
ଇ ମାଏଟ୍ ମୋର୍ ଧନ୍ (୧)
ଖରା, ବର୍ଷା, ଶୀତ୍ କାକର୍
କିଛିକେ ନେଇଁ ଖାତର୍
ମୁଡ଼ର୍ ଝାଳକେ ଟୁଡେଁ ମାରି
କ୍ଷେତେ ଫଳାସି ଫସଲ୍ (୨)
ଧାନ୍, ଗହମ୍, ମୁଗ୍, ବିରି
ପାତଲଘଁଟା ,ଧନିଆ
କୁଶେର୍, କନ୍ଦା, ଆଳୁ ,ସାରୁ
କପା, ଛନ୍, କଁରିଆ (୩)
ଗୁଡ଼ୁ ମୁଡକେ ନକୁ ନକ୍ସା
ଯାହାକେ ଜେଣ୍ଟା ଦର୍କାର
ସବୁଥିର ମୂଳେ ମୋର୍ ହାତ ଅଛେ
କିଏ କରିପାରେ ଅସ୍ବୀକାର୍ (୪)
କେତେ ଦୁଃଖ୍ ସହି ଚାଷ୍ କରେ ହେଲେ
ମାଲିକ୍ ନୁହେ ମୁଇଁ ତାର୍
ମୂଳଦାମ୍ କରା ମୋର ହାତେ ନେଇଁ
ଦାମ୍ ଠିକ୍ କରେ ସର୍କାର (୫)
ବଢ଼ି, ମର୍ଡ଼ି, ରୋଗ୍ ପୋକ୍ ଥି
ଖେତି ହେଇଯାଏ ଫସଲ୍
ମୋର୍ ଦୁଃଖ୍ ଦଶା କିହେ ନି ଦେଖନ୍
ଲାଗ୍ ରୁଣେ ସର୍ ସର୍ (୬)
ମୋର୍ ପିଲା ନି ପଢ଼ିପାରେ ପାଠ୍
ଅଭାବ୍ ଅନାଟନେ ପଡ଼ି
ଝି ବିହା କଲେ ଉପେ ଚକର୍ ବୁଡ଼େ
ବିକି ଦିଏଁ ଜମିବାଡ଼ି (୭)
ଛପ୍ନା କୁଟି ଜୀବର୍ ପଡିଦାତା ମୁଇଁ
ସବ୍କର ସାହା ଭରସା
ହେଥିର୍ ଲାଗି ମତେ ସଭେ କହେସନ୍
ଚଷା ଲକ୍ଷେ ଜୀବ ପୁଷା ।

ଶ୍ୟାମ ସୁନ୍ଦର କୁମ୍ଭାର
ନି.ସନ୍ଧିବାହାଲ, ଥା. ଗାଇସିଲେଟ, ଜିଲ୍ଲା-ବରଗଡ଼


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ