ଈଶ୍ୱରୀ – ପଞ୍ଚାନନ ବେହେରା

ଲେଖକ ପରିଚୟ

ପଞ୍ଚାନନ ବେହେରା
ଦଶପଲ୍ଲା, ନୟାଗଡ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ତୁମେ ସଂଜୀବନୀ…
ତୁମକୁ ଚାହିଁଦେଲେ
ବଞ୍ଚି ଯାଏ ମୁଁ ଆର ଓଳି ଯାଏ
ପାପୀରୁ ନିଷ୍ପାପୀ ହୋଇଯାଏ
ପ୍ରଭେଦ ଜାଣେନା
ମାଟି ଆକାଶର ।

କିଏ କହେ ସିନା
ପାଦର ପାଣ୍ଡୋଇ
ମୁଁ କିନ୍ତୁ କଳ୍ପି ପାରେ ସାଗରଟେ
ମାଳ ମାଳ ଉର୍ମି ସହ
ଚୁମିବାକୁ ଅଳତା ଗାରକୁ ।

ଦୁଃଖର ଭିଜା ଶ୍ରାବଣରେ
ଆଙ୍କିପାରେ ଫଗୁଣର ଚିତ୍ର
ତୋଳିପାରେ ଆକାଶର ତାରାଫୁଲ
ମାଳା ଗୁନ୍ଥି ସାଜିବାକୁ ଗଭା ।

ତୁମେ ରମ୍ଭା କି ଉର୍ବଶୀ ନୁହଁ
ନୁହେଁ ଅବା ପରୀ
ନଥାଉ ପଛେ
ହୀରା, ନୀଳା, ମାଣିକ ଭର୍ତ୍ତି
ବେଶ ପରିପାଟି
ହାଇ ହିଲ କି ଓଠେ ଲିପଷ୍ଟିକ
ତୁମ ସୁତାଲୁଗା ପଣତରେ ହାତ ପୋଛି
ମେଣ୍ଟୁଥାଏ ଭୋକ ମୋର
ଲୁଣ ପଖାଳ ଜୀବନ ।
ପାଇ ବସେ ଅଖଣ୍ଡ ଐଶ୍ୱର୍ଯ୍ୟ ଭରା
ଇନ୍ଦ୍ରପ୍ରସ୍ଥ ସୁଖ
ସ୍ୱପ୍ନ ନାହିଁ ସ୍ୱପ୍ନ ଦେଖିବାକୁ
ଏତିକିରେ ପୂର୍ଣ୍ଣ ମୋ ଜୀବନ ।

ବାକି ଆୟୁଷକୁ ଭୁଞ୍ଜିବା ପାଇଁ
ପାଶେ ଥାଅ ସଦା
ମୋ ହୃଦର
ଏକାନ୍ତ ଈଶ୍ୱରୀ ।

ପଞ୍ଚାନନ ବେହେରା
ଦଶପଲ୍ଲା


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
ବି. ନିରୁପମା, ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
ବଣମଲ୍ଲୀ ପାଠକ
ବି. ନିରୁପମା, ମାମୁରିଆ, ଛେଣ୍ଡିପଦା, ଅନୁଗୋଳ ।
7 ମାସ ପୂର୍ବରୁ

ପଞ୍ଚାନନ ବେହେରାଙ୍କ ଈଶ୍ବରୀ କବିତାଟି ଖୁବ ସୁନ୍ଦର ହୋଇଛି ।କବି ଏବଂ ବଣମଲ୍ଲୀ ପରିବାରଙ୍କୁ ଧନ୍ୟବାଦ