ହେ ସ୍ୱାସ୍ଥ୍ୟ ଦିଵସ
ହେ ସ୍ୱାସ୍ଥ୍ୟ ଦିଵସ
***********************?**
ହେ ସ୍ୱାସ୍ଥ୍ୟ ଦିଵସ
ସରାଗରେ ମୋ ଧରାରେ ଯେବେ ବି ଆସ,
ସରବେ ହୁଅନ୍ତି ଖୁସି
ନାଚି କୁଦି ଗୀତ ଗାଇ ଗରବେ ପାଳି ଥାନ୍ତି
ତୁମ ପବିତ୍ର ସ୍ଵନକ୍ଷତ୍ର ଦିଵସ।
ଭାରି ଭଲ ଲାଗେ ତୁମ ସୂଚନା ବଗିଚାର ଶୃଙ୍ଖଳା
ଆଉ ନୀତି ନିୟମର ଗୁନ୍ଥା ଫୁଲହାର,
ଯେବେ ଭାସିଆସେ ତୁମ ଆଦର୍ଶ ଦିନଚର୍ଯ୍ୟାର ମହକ
ସୁଷମ ଖାଦ୍ୟ ବି ଦିଗଦର୍ଶନ ଦିଏ
ନିଦ୍ରା, ବିଶ୍ରାମର ପରାଗରେଣୁ ମାନେ
ସ୍ୱାଧୀନ ଭାବେ କରନ୍ତି ବିଚରଣ
ଅପେକ୍ଷା କରି କରି
ତୁମ ସୁସ୍ଥ କାମନାର ସଫଳ ଇସ୍ତାହାର।
ସ୍ଵଚ୍ଛ ନିର୍ମଳ ପରିଷ୍କାର ଆଦି ଦୁର୍ଲଭ ଶବ୍ଦ ଗୁଡିକରେ
ଭରପୁର ତୁମ ଆବଦ୍ଧ ସମ୍ବିଧାନ,
ସୁସ୍ଥ ପରିବେଶ ସୁସ୍ଥ ଜୀବନର ବାଣୀଟା
ଯେବେ ବି କରେ କର୍ଣ୍ଣକୁ ପ୍ରତିଧ୍ବନିତ
ଭୁତାଣୁ ଜୀବାଣୁ କୀଟାଣୁଙ୍କ ସମୂଳେ ବିନାଶ ପାଇଁ
ତୁମ ମନ୍ତ୍ର ହୁଏ ପ୍ରକମ୍ପିତ
ମସ୍ତିଷ୍କକୁ ତ୍ୱରାନ୍ୱିତ କରାଇ
ତୁମର ଅମୃତବାଚନ ପ୍ରତିକ୍ଷଣେ କହେ
କରିବାକୁ ରୋଗର ନିଦାନ।
ନିରଳସ ନିରାଡ଼ମ୍ବର ଜୀବନ ପାଇଁ
ଉଦ୍ଦିଷ୍ଟ ତୁମ ଯୋଗ ପ୍ରାଣାୟମ,
ଯେବେବି କର୍ମଠ ଜୀବନରେ କରାଅ
ନୈତିକ ଆଧ୍ୟାତ୍ମିକତାର ବାରମ୍ବାର ପ୍ରୟୋଗ
ଅସୁସ୍ଥତା ନିଃସ୍ବ ହୋଇ ଫେରିଯାଏ ତା ନିଡ଼କୁ
ମନ ହୃଦ ଆତ୍ମାରେ ଭରି ଆନନ୍ଦ ଜୁଆର
ଗଢ଼ିଥାଅ ମର୍ତ୍ତ୍ୟରେ ସ୍ୱର୍ଗର ନନ୍ଦନକାନନ।

ନାରାୟଣ ଚନ୍ଦ୍ର ସେନାପତି, ଜମ୍ଭରା,କେନ୍ଦୁଝର
