ଭବସାଗରୁ ପାରି କର – ରଙ୍ଗନାଥ ରଥ

ଲେଖକ ପରିଚୟ

ରଙ୍ଗନାଥ ରଥ
ବରଗଡ ବ୍ରିଟ କଲୋନୀ, ଭୁବନେଶ୍ୱର, ଖୋରଧା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ହେ ଗଙ୍ଗାଧର ହେ ଉମାବର
ଭବସାଗରୁ ପାରି କର ॥ ୦ ॥

ଜଗତର ରକ୍ଷା ଲାଗି, ସାଜିଅଛ ମହାଯୋଗୀ
ନୀଳକଣ୍ଠ ହୋଇ ପରା ବିଷପାନ କର
ହେ ଗଙ୍ଗାଧର… ॥ ୧ ॥

ସର୍ପ କରି ଗଳାମାଳ, ହସ୍ତରେ ଧରି ତ୍ରିଶୂଳ
ହେଲ ଭସ୍ମ ବିଲେପନ ଆହେ ଦିଗମ୍ଵର
ହେ ଗଙ୍ଗାଧର… ॥ ୨ ॥

ବସି ବୃଷଭ ବାହନ, ବୁଲୁଅଛ ତ୍ରିଭୁବନ
ଆଶୁତୋଷ ହୋଇ ଦୁଃଖୀ ଦୁଃଖ ଦୂରକର
ହେ ଗଙ୍ଗାଧର… ॥ ୩ ॥

ଅଳିକ ସୁଖକୁ ଦେଖି, ଯାଇ ନପାରେ ଉପେକ୍ଷି
ଦିବ୍ୟଜ୍ଞାନ ଦେଇ ହୃଦେ ବାରେ ଦୟା କର
ହେ ଗଙ୍ଗାଧର… ॥ ୪ ॥

ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର – 18


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ