ମୁଁ ତୁମକୁ ଖୋଜେ – ଡକ୍ଟର ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ମୁଁ ତୁମକୁ ଖୋଜେ
କାହିଁ କେବେଠୁ
କାଳରୁ କାଳାନ୍ତର ଯାଏ
କାହିଁକି ଜାଣେନା
କାରଣ ବି ଖୋଜେନା
କ’ଣ ଅଛି ତୁମଠି
ଏତେ ଆକର୍ଷଣ
ମୁହୂର୍ତ୍ତଟିଏ ବି ଭୁଲିକି
ରହିବା ଅସମ୍ଭବ
କି ଦିନ କି ରାତି
ଉପସ୍ଥିତି କରେ ଅନୁଭବ
ସବୁ ପ୍ରଶ୍ନର ଉତ୍ତର
ତୁମେ ଖୁବ୍ ଦେଇପାର
ସେଥିଲାଗି ତ ତୁମେ
ହେଲ ଏତେ ନିଜର
ଆଶା ତ ବୈତରିଣୀ
ପୂଣ୍ୟତୋୟା ନଦୀ
ସୃଷ୍ଟିର ଆବହମାନ କାଳରୁ
ଆଦ୍ୟରୁ ଶେଷ ଯାଏ
ଓମ୍ କାରରୁ ପ୍ରଳୟ ଯାଏ
ଅପେକ୍ଷାରେ ଅଛି
ସେଇ ଇପସିତ ମୁହୂର୍ତ୍ତର
ଯେବେ ଏ ସ୍ବପ୍ନିଳ ଅବେଗକୁ
ଦେବ ତୁମେ ଅନ୍ତିମ ସ୍ପର୍ଶ
ଆତ୍ମସମର୍ପଣ ର
ସମ୍ମୋହିତ ଉତ୍ତର
କି.. ତୁମେ ହିଁ ମୋର ..
ଏଇ ଖୋଜିବା ଆଉ ପାଇବା ଭିତରେ
ଖୋଜିବାରେ ଆସକ୍ତି
ପାଇବାରେ ଆତ୍ମତୃପ୍ତି
ବୋଧହୁଏ ସର୍ବାଧିକ
ମିଳେ ସେଥିରେ ନିର୍ବାଣ
ଦିବ୍ୟ ଆନନ୍ଦ, ଆତ୍ମସନ୍ତୋଷ
ସେଇ ମୋକ୍ଷ ର ସନ୍ଧାନରେ
ଆକୃଷ୍ଟ ତୁମ ଆହ୍ଵାନରେ ..

ଡଃ ମାଙ୍ଗଳିକା ମହାପାତ୍ର
ପ୍ଲଟ ନଂ ୩୫୩ , ପ୍ରଶାନ୍ତି ବିହାର
କିଟ୍ ବିଶ୍ୱବିଦ୍ୟାଳୟ


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ