ନୀରବତାର କଥା – ଡକ୍ଟର ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ନିବୁଜ କୋଠରୀର ନୀରବତା ରେ
ଖୋଜୁଥିଲି ତୁମକୁ ହୃଦୟ ଭିତରେ
ବୁକୁ ରେ ତୁମ ମଥା ରଖି
ଶୋଇବାର ଅଦମ୍ୟ ଇଚ୍ଛାକୁ
ମନରେ ରଖିଥିଲି ସାଇତି
କେତେ ଦିନ କେତେ ରାତି
ବାହୁ ବନ୍ଧନରେ ତୁମ
ପାଇ ଥିଲି ଆତ୍ମ ସନ୍ତୋଷ
ସେ ଲାଗି ଜୀବନରେ
କରିବିନି କେବେ ଅବଶୋଷ
ପାଇ ନ ପାଇବାର ଭାବନାକୁ
ନ ପାଇ ବି ପାଇ ଗଲି
ସେ ସୁଖରେ ଜନ୍ମ ଜନ୍ମର
ଦୁଃଖ କୁ ତ ଭୁଲିଗଲି ..
ଯେବେ ତୁମେ ମଥାରେ
ଦେଇଥିଲ ସ୍ନେହର ସ୍ପର୍ଶ
ମନେ ମୋ ଭରିଗଲା
ସାରା ସଂସାରର ଆନନ୍ଦ ଓ ହର୍ଷ
ତୁମ ପ୍ରେମକୁ କରି ପୁଞ୍ଜି
ମିଠା ମିଠା ସପନରେ ଗଲି ଯେ ହଜି
ସବୁ ଦିନ ଲାଗି ସାଜିଛି
ତୁମ ହୃଦୟର ରାଣୀ
ଅଜାଡ଼ି ଦେବି ସ୍ନେହ, ପ୍ରେମ
ସବୁ କିଛି ମନ ତୁମ ଜାଣି ..

ଡଃ ମାଙ୍ଗଳିକା ମହାପାତ୍ର
ପ୍ଲଟ ନଂ ୩୫୩ , କିଟ୍ ବିଶ୍ୱବିଦ୍ୟାଳୟ

Leave a Reply

Your email address will not be published. Required fields are marked *