ମୋ ଗାଁ – ସୁଧାକର ସେଠୀ

ଲେଖକ ପରିଚୟ

ସୁଧାକର ସେଠୀ
ଜମ୍ଵେଶ୍ଵରପୁର, ବାଲେଶ୍ଵର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ମୋ ଗାଁ
କିସୁନ୍ଦର ତା ନା
ଜନମି ଏଇଠି
କୁଆଁ କୁଆଁ ରାବେ କମ୍ପାଇଛି ମାଟି
ସବୁ କଥାରେ ସେ ସାହା
ମୋ ଗାଁ
କିସୁନ୍ଦର ତା ନା।

ଏ କୋଳ ସେ କୋଳ
ହୋଇ ବଢିଲି
କୁନି କୁନି ପାଦ ଥାପି ଚାଲିଲି
ଦେହ ହାତ ମୋର ଶିହରି ଗଲା
ଲଭି ତା ପ୍ରଥମ ଛୁଆଁ ।
ସେଇ ମୋ ଗାଁ
କିସୁନ୍ଦର ତାର ନା

ସଭିଙ୍କ ସ୍ନେହ ସଭିଙ୍କ ପରସ
ପିଲାଦିନରେ ଭରିଲା ହରସ
ହସଖୁସିରେ ବିତିଲା ସେ ଦିନ
ନଥିଲା ମନେ ଦକ।

ଜେଜେ ମା ଥିଲା
ମାର୍ଗ ଦର୍ଶକ
ସାଥିରେ ନେଇ
ବୁଲୁଥିଲା ଦେଶ
ତାର କଥା ଶୁଣି ଅନେକ
ହେଲି ମୁଁ ଗୋଡେ ଠିଆ।
ମୋ ଗାଁ
କିସୁନ୍ଦର ତା ନା।

ତା ପୁନେଇ ତା ଯାତ
ମନରେ ଭରେ କେତେ ପୁଲକ
ରାତି ସାରା ଅନିଦ୍ରାରେ ବିତେ
ହେଲେ ଯେବେ ଦୋଳଯାତ ।

ରାଧାକୃଷ୍ଣଙ୍କ ମହାମିଳନ
ଦିନରେ ଖେଳନ୍ତି ହୋଲି
ହୋଇ ଏକଯୁଟ ଗାଁ ଯୁବକ
ବୁଲନ୍ତି ସାରା ଗାଁ
ହାତେ ଧରି ରଙ୍ଗ ପିଚିକାରୀ।

ଜାଗର ରାତି ଦିଏ ସେ ଭିତି
ପିଲା ଦିନର ଅଭୁଲା ସ୍ମୃତି
ପଡୁଛି ଆଜି ମନେ
ଗାଁ ଟି ଲାଗେ ସରଗ ଭୂଇଁ
ତା ସମ ଅଛି କିଏ।

ହରିହାଟର ନଗର କିର୍ତ୍ତନ
ଯେବେ ଗାଁରେ ବୁଲେ
ପିଲାଠାରୁ ବୁଢା ଯାଏ
ଘରେ ଦେଖା ନମିଳେ।

କୂଆଁର ପୂନେଇ ଯାତରେ
ଗାଁ ଟା ସାରା ହସଖୁସିରେ
ରାତି ବିତି ଯାଏରେ।

ଯେତେ ପରବ ଯେତେ ଓଷା
ପାଳୁ ଆମେ ସବୁ ହରସରେ
ଗୋଟିଏ ମନ ଗୋଟିଏ ପରାଣ
ଥାଏ ଆମ ଭିତରେ ।

ନାହିଁ ଝଗଡା ନାହିଁ କଜିଆ
ନାହିଁ ଏଠି ଅଶାନ୍ତି
ହସ ଖୁସିରେ କଟେ ସମୟ
ନଥାଏ ଭୟ ଭୀତି।

ଥିଲେ କିଛି ଆସୁବିଧା
ମେଣ୍ଟିଯାଏ ନିଜ ଭିିତରେ
ସ୍ନେହ ଶରଧାର ଥାଏ ଏମିତି ଡୋର
ସମାଧାନ ହୁଏ ସହଜରେ।

ଦୁରୁ ଦେଖିଲେ ଗାଁଟି ମୋର
ଲାଗେ ସତେ ନବବଧୁ
ତାଳ ତମାଳ ସିନ୍ଥିରେ ଶୋହେ
ପାଦ ଧୁଏ ଯାର ସିନ୍ଧୁ।

ଚୋର ଖଣ୍ଟକୁ ଦୁରୁ ଜୁହାର
ମଡନ୍ତିନି ଆମ ମାଟି
ଜମ୍ବେଶ୍ବର ପୁରୁ ନାଁ ଶୁଣିଲେ
ଶହେ ଜୁହାର ପକାନ୍ତି।

ଗାଁ ଶମସାନ ପବିତ୍ର ସ୍ଥାନ
ମୁକ୍ତି ପଥ ଆମର
ସେପଟେ ଗଲେ ଲୋତକ ଝରେ
ଦେଖି ସମାଧି ପୂର୍ବ ପୁରୁଷର।

ଚେତେଇ ଦିଏ ଜିବନ ଗାଥା
ସେତ ଅଟେ ଅଳିକ
ମିଛର ଥାଟ ପ୍ରଶଂସାର ଗର୍ବ
ମନରୁ କର ଶେଷ।

ଆମ ଯୁବକ ଆମ ସାହାସ
ଏକଯୁଟ ଥାଆନ୍ତି
ପୁନେଇ ପରବ ଯାନି ଯାତରେ
ଶାନ୍ତି ବଜାଇ ରଖନ୍ତି ।

ଖେଳ ପଡିଆ ଭାରି ବଢିଆ
ଗାଁ ଶେଷ ମୁଣ୍ଡରେ
କେତେ ପ୍ରକାର ଖେଳ ଖେଳୁ
ସାଙ୍ଗ ସାଥି ମେଳରେ ।

ବହୂଚୋରି ଅବା ଦାଣ୍ଡିଆ
ଗୋଟି ଡାବୁଳକୁ ପତ୍ର ଡିଆଁ
କେତେ ପ୍ରକାର ଖେଳିଛୁ
ଦ୍ବିପ୍ରହର ସାରା ବରଗଛ ମୂଳେ
ଆଲି ଗଡାଇଛୁ ।

ଏସବୁ ଖେଳ ଜାଗା ଏବେ
ନେଇଛି କିରିକେଟ
ଗାଁକୁ ଗଲେ ପିଲାଙ୍କ ସହ
ପଡିଆରେ ହୁଏ ଭେଟ।

ଗାଁଟି ମୋର ଧିରେ ଧିରେ
ବଦଳି ଚାଲିଛି
ଝାଟି ମାଟି ଘର ସବୁ
ଏବେ ପକ୍କା ହେଉଛି
ଆସମତୁଲ ରାସ୍ତା ଏବେ
ହେଉଛି ସମତୁଲ
ଘରେ ଘରେ ଚମୁକଛି
ଏବେ ବିଜୁଳି ଆଲୁଅ।

ନଡା ଛପର ସ୍କୁଲଟି ମୋର
ହୋଇଛି ପକ୍କାଘର
ଜାତି ଜାତିର ଫୁଲଗଛରେ
ତା ଅଗଣା ଭରପୁର।

ବାବା
ଜମ୍ବେଶ୍ବରନାଥ ଜଗିଛନ୍ତି
ଗାଁର ପ୍ରବେଶ ପଥ
ମା କାଳିକୁମର ଗ୍ରାମ ଦେବତୀ
ଦିଅନ୍ତି ସଭିଙ୍କୁ ଆଶିଷ

ବଡ ପ୍ରତକ୍ଷ୍ୟ ବଡ ପ୍ରତାପୀ
ତାଙ୍କର ଅପାର ମହିଁମା
କରୁଣା ତାର ଲଭେ ଯେ ନର
ହଟେ ତାର ଦୁଃଖ ସୀମା ।

ହରିଆଟଘର ଗାଁ ମଝିରେ
କିସୁନ୍ଦର ତାର ଥାଟ
ପ୍ରତି ସନ୍ଧ୍ୟାର ଭାଗବତ ପାଠରେ
ହୁଏ ସଭିଁଙ୍କ ଭେଟ ।

ଅଧେରୁ ବେଶି ମୋ ଗାଁର
କରନ୍ତି ଚାଷ କାମ
ଯାହା ମିଳଇ ହୁଅନ୍ତି ଖୁସି
ସୁଖରେ ବିତାନ୍ତି ଦିନ

ପିଲାଦିନଟି ବିତିଛି ମୋର
ଲଭି ସଭିଙ୍କ ସ୍ନେହ ଶରଧା
ସେଇ ଆଶିଷେ ଚାଲିଛି ପଥ
ଆସିନି କିଛି ବାଧା

ବୈକୁଣ୍ଠ ପରି ଲାଗେ ମୋ ଗାଁ
ମରତେ ସରଗ ଭୂଇଁ
ଗାରିମା ତାର ଅମୂଲ ମୂଲ
ଦେଇ କେ ପାରିବ ନାହିଁ।

ଜମ୍ବେଶ୍ବରପୁର,ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪

Leave a Reply

Your email address will not be published. Required fields are marked *