ନାମ ତୁମ ଗାଇ ଗାଇ – ରଙ୍ଗନାଥ ରଥ
କାତ, ମାରୁଥିବି ରହି ରହି
ଦଦରା ନାଆରେ ପାରିକରି ଦେବି
ନାମ ତୁମ ଗାଇ ଗାଇ ॥ ୦ ॥
ଶ୍ୟାମ-ହେମ କାନ୍ତି ଯୁଗଳ ମୂରତି
ସଙ୍ଗେ ବିଶ୍ଵାମିତ୍ର ଥାଇ
ସୀତା ସ୍ଵୟଂବରେ ବିଦେହ ନୃପତି
ରହିଥିବେ ବାଟ ଚାହିଁ
ଜଗତ କରତା ଆଜି ମୋ ଅତିଥି
ପାରିହେବେ ଗଙ୍ଗାନଈ ॥ ୧ ॥
କାତ, ମାରୁଥିବି ରହି ରହି…
କାତ ନ ପାଇଲେ ଆହୁଲା ଚାଲିବ
ବାରମ୍ବାର ନାମ ନେଇ
ଡର ନାହିଁ ମୋର ପାଣି ପବନକୁ
ତୁମେ ପାଶେ ଥିଲେ ରହି
ପଥର ଅବଳା ପରଶେ ଯେ ପାଦ
ଦେବି ତାକୁ ଆଗେ ଧୋଇ
ନାମ ତୁମ ଗାଇ ଗାଇ ॥ ୨ ॥
କାତ, ମାରୁଥିବି ରହି ରହି…
ପାରି କରିଦେବା ଆମର ବେଉସା
ଆମେ ଦୁଇ ଭାଇ-ଭାଇ
ଭବ-ସାଗରକୁ କରିଦିଅ ପାରି
କଉଡ଼ି ମୋ ଲୋଡ଼ା ନାହିଁ
ସକଳ କାମନା ତୋର ଶ୍ରୀଚରଣେ
ଅରପୁଛି ପଦେ ଧ୍ୟାୟୀ
ନାମ ତୁମ ଗାଇ ଗାଇ ॥ ୩ ॥
କାତ, ମାରୁଥିବି ରହି ରହି…
ଗୀତିକାର – ଶ୍ରୀ ରଙ୍ଗନାଥ ରଥ
ବଡ଼ଗଡ଼ ବ୍ରିଟ୍, ଭୁବନେଶ୍ୱର
