ପ୍ରଥମ ବର୍ଷା – ଶିଶୁକବି ରୁଦ୍ରରୂପା ବ୍ରହ୍ମା

ଲେଖକ ପରିଚୟ

ରୁଦ୍ରରୂପା ଵ୍ରହ୍ମା
ଚିକିଟୀ ଗଡ, ଗଂଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ରବିର କିରଣେ ପୃଥିବୀ ଆମର
ଅହା କି ଗରମ ଥିଲା ।
ତାହାରି ଭିତରେ ପ୍ରଥମ ବରଷା
ନୂତନ ଜୀବନ ଦେଲା ।।

ଶୁଖିଲା ଟାଙ୍ଗରା ନିରସ ମାଟିଟା
ପାଣିକୁ ଅନାଇ ଥିଲା ।
ନୂଆ ବରଷାର ପ୍ରଥମ ଜଳରେ
ଶାନ୍ତି ଟିକେ ଦେଇଗଲା ।।

ଗଛର ବ୍ୟାକୁଳ ଶୁଖିଲା ପତର
ବରଷାକୁ ଖୋଜୁଥିଲା ।
ତା’ର ଦୁଃଖ ଦେଖି କଳାମେଘ ଆସି
ପାଣି ଢାଳିଦେଇଗଲା ।।

ମଣିଷଟା ପରା ବରଷା ଜଳକୁ
ବରଷ ପରେ ଦେଖିଲା ।
ପ୍ରଥମ ବର୍ଷାର ପହିଲି ବିନ୍ଦୁରେ
ମନ ଖୁସି ହୋଇଗଲା ।।

ସୁନ୍ଦର ଆକାଶେ କଳାମେଘ ଦେଖି
ମୟୂର ଅଣ୍ଟା ଭାଙ୍ଗିଲା ।
ବେଙ୍ଗ ବେଙ୍ଗୁଲୀର କେଁଏ କଟରରେ
ପ୍ରକୃତି ହସି ଉଠିଲା ।।

ଖୁସିରେ ଖୁସିରେ ଜୀବଜଗତଟା
ବର୍ଷାକୁ ସ୍ୱାଗତକଲା ।
ଆମ ସମସ୍ତଙ୍କ ମଙ୍ଗଳସକାଶେ
ବରଷା ଋତୁ ଆସିଲା ।।

ସପ୍ତମ ଶ୍ରେଣୀ
ଚିକିଟୀ ଗଡ଼, ଗଞ୍ଜାମ, ଫୋନ୍ ନଂ 9437858788


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
1 କମେଣ୍ଟ
ପୁରୁଣା କମେଣ୍ଟ
ନୂଆ କମେଣ୍ଟ କ୍ରିୟାଶୀଳ କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ
Ranajn Kumar Brahma
ବଣମଲ୍ଲୀ ପାଠକ
Ranajn Kumar Brahma
7 ମାସ ପୂର୍ବରୁ

ତନକୁ ଭିଯାଇଦେଲା । ଖୁବ୍ ସୁନ୍ଦର ଶିଶୁ ସୃଜନୀ