ସହର – ଡକ୍ଟର ମାଙ୍ଗଳିକା ମହାପାତ୍ର
ଏଇ ସହରରେ …
ଅଝଟିଆ ପବନ ବହେନା
ସୁରଭିତ ଫୁଲର ବାସ୍ନା ଆସେନା
କାଗଜି ଫୁଲର ମାୟାରେ
ସଭିଏଁ ବିଭୋର …
ଏଠି କାଶତଣ୍ଡୀ ଫୁଲ
ଦେଖିବାକୁ ମିଳେନା ..
ସକାଳେ ଚାଳଘରୁ
ଧୂଆଁ ବାହାରେନା ..
ଗାଁ ମୁଣ୍ଡ ଚା ଦୋକାନ
ପ୍ରେମରେ କେହି ପଡେନା
ଏଠି ଓମଫେଡ ଦୋକନେ
ଖବର କାଗଜ ପଢା ସହିତ
ଚା ପିଇବାରେ ମନ ମାନେନା
ଏଠି ସତ ନାଆଁରେ
ଖାଲି ପୁଳାଏ ମିଛ ..
ବିଶ୍ଵାସ ନାଆଁ ରେ ମିଳେ
ବିଶ୍ଵାସଘାତକତା ର ଗଛ
ଏଠି ମିଳେନା ସେ ଗାଁ…
ଆମ୍ବ ତୋଟା ଓ ପଣସ ଗଛର ଛାଇ
ଯୋଉଠି ଜେଜେ ଘୁରି ବୁଲନ୍ତି
ନିଜ ବଙ୍କୁଲି ବାଡି ହଜେଇ ..
ବହେନା ଏଠି ନଈ
କୁଳୁ କୁଳୁ ଗୀତ ଗାଇ
ଯୋଉଠି ଯାଏ ବାଟୋଇ
ନିଜକୁ ପ୍ରକୃତି କୋଳରେ ହଜାଇ
ଏଠି ଧୂ ଧୂ ଖରାବେଳେ
ଜଳେ ସେ ଗଛର ତଳେ
ଚାରିଆଡେ ଖାଲି କଂକ୍ରିଟ ର ଜଙ୍ଗଲ
ଖୋଜି ପାଏନା ଯୋଉଠି
ସେ ସମ୍ପର୍କର ମୂଲ …
ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ

ଗାଁ ର ସେ ଆତ୍ମୀୟତା ସହରରେ ଆଦୌ ମିଳେନା