ନୂଆଁଖାଇ ତିହାର୍ – କୁମୁଦିନୀ ବେହେରା

ଲେଖକ ପରିଚୟ

କୁମୁଦିନୀ ବେହେରା
ଅନୁଗୋଳ, ଓଡିଶା | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବଛର୍‌ଟାକର୍‌ ମୁଖିଆ ତିହାର୍‌
ଆଏଜ୍‌ ଆଏ ନୁଆଁଖାଇ
କେଡେଟେ ସରାଗେଁ ନୁଆଁଖାଇ ଭାର୍‌
ଆନିଛନ୍‌ ମାମୁଁ ମାଇଁ….(୧)

ଘର୍‌ ଦୁଆର୍‌କେ ଲିପା ପୁଛା କରି
ଘର୍‌କେ ରଖିଛୁଁ ସାଜି
କପଡା ଲତାକେ ସଫା ରଫା ସଂଗେଁ
ବାସନ୍‌କେ ଘଁସି ମାଜି….(୨)

ନୁଆଁ ଚାଉଲର୍‌ ପିଠା ପନା କରି
ପାଲ୍‌ମା ଆମର୍‌ ପରବ୍‌
ଆମର୍‌ ତିହାର୍‌ ଆହାର୍‌ ବିହାର୍‌
ଆମର୍‌ ମାଟିର୍‌ ଗରବ୍‌….(୩)

ଗଛ୍‌ ପତର୍‌ ଭି ଗାଏସନ୍‌ ଗୀତ୍‌
ମିଠା ମିଠା ସୁର୍‌ ଭରି
ଗଛ୍‌ ଲହ ଯେତେ ନାଚି ଉଠ୍‌ସନ୍‌
ଫୁଲର୍‌ ପସରା ଧରି…..(୪)

ନୁଆଁଖାଇ ଆଏ ଭାବର୍‌ ତିହାର୍‌
ଯେଏ ଯାହିଁ ଥିଲେଁ ଆସେ
ଭାଇ ଦାଇ ସଂଗେଁ ମେଲନ୍‌ ମେସନ୍‌
ମହକି ମହକି ବାସେ….(୫)

ନୁଆଁଖାଇ ଆଏ ଭାବର୍‌ ତିହାର୍‌
ଇ ମାଟିର୍‌ ପରମ୍ପରା
ପଶ୍ଚିମ୍‌ ଉଡ୍‌ଶାର୍‌ ବଡ୍‌ଖା ତିହାର୍‌
ମନେ ଭରେ ଭାଇଚାରା….(୬)

ଦୁଲ୍‌କି ଯାଏସି ଗାଆଁନୁ ସହର୍‌
ଢ଼ୋଲ୍‌ ମାନ୍ଦଲର୍‌ ତାଲେଁ
ଏନ୍‌ତା ସୁନ୍ଦର୍‌ ତିହାର୍‌ ଗୁଟେକ
କହ ଅଛେ କା’ର୍‌ ଫାଲେଁ….(୭)

ଧୁରିଆନୁ ଆସି ମନର୍‌ ରସିଆ
ରସିଏନ୍‌ ସଂଗେଁ ରସେ
ଉଦିଆଁ ଜହ୍ନକେ ପାଏଲେଁ ଯେନ୍‌ତା
କଇଁ ମୁଲ୍‌ ମୁଲ୍‌ ହଁସେ….(୮)

ମାଆଁ ଟାକିଥିଲା ଗଲାର୍‌ ମାଲିକେ
ଦେଖ୍‌ଲେଁ ଉସତ୍‌ ହେଲା
ସେନ୍‌ହୋ ମମତାର୍‌ ଭାବର୍‌ ବନ୍ଧନେ
ପୁଓକେ କୋଲେଇ ନେଲା…..(୯)

ଗୁଟେ ଡୁରେଁ ସଭେ ବାନ୍ଧି ହେଇଥିମା
ଏକତାର୍‌ ଗୁନ୍‌ ଗାଇ
ଜୀବନ୍‌କେ କରି ସରସ୍‌ ସୁନ୍ଦର୍‌
ମାନୁଥିମା ନୁଆଁଖାଇ….(୧୦)

କୁମୁଦିନୀ ବେହେରା (କୁମନ୍ ଦିଦି)
ଅନୁଗୁଲ୍


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ