ନୂଆଁଖାଇ ଜୁହାର – ଶ୍ୟାମ ସୁନ୍ଦର କୁମ୍ଭାର

ଲେଖକ ପରିଚୟ

ଶ୍ୟାମ ସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ବଛରେ ଉତ୍ତାରୁ ଆଏଜ ଆସିଛେ
ଶିଘା ତିହାର ନୂଆଁଖାଇ
ଗହଗହ ହେଇ ଟାକି ରହିଥିଲୁ
ଘର ଦୁଆର ସବୁ ସଜେଇ(୧)
ଜାଏତ ଭିନଭିନ ମୁନୁସ ଗୁଟେ
ଧନୀ ଗରୀବର ଫରକ
ହେଲେଭି ସଭେ କେଡ଼େ ଉସ୍ନାକେ
ପାଳୁଛୁ ଆଜିର ପରବ(୨)
ଚୁରାକୁଣ୍ଡା ସାଙ୍ଗେ ଘି ସଏଲତା
ଅଲୁଆ ଚଉଲ ଗାଏ ଗୁରସ
ମାଏଟ ମାଆ କେ ପୂଜାକଲି କ୍ଷେତେ
ଭାବେ ସର ସର କେତେ ଉସତ(୩)
ଘି, ଗୁରସ,ଅଲୁଆ ଚଉଲ
ପିଠା, ମଡ଼ା, ଜଉ ଚୁରାକୁଣ୍ଡା
ପିତୃପିତା ପିଦର ସାଲେ
କୁରେ ପତ୍ରେ ହେଲା ବଢ଼ା (୪)
ଭକ୍ତି ଭାବେ କୁଟୁମ୍ବ ବସିଆ
ମୁଡ଼ିଆ ମାରି କଲୁ ପୂଜା
ପୂରୁବ ମୁହାଁ କୁଟୁମ୍ବ ବସିଆ
ଘାଏକେ ଖାଏଲୁ ଚୁରାକୁଣ୍ଡା (୫)
ଚୁରାକୁଣ୍ଡା ଖାଇ ବଡ଼ ମାନକେ ସାନ
ଯେତେ ଥିଲେ କଲେ ଜୁହାର
ସାନକୁ ବଡ଼ କଲୁ ଆଶୀର୍ବାଦ
ଇଟା ନୂଆଁଖାଇ ତିହାର (୬)
ତିହାର ଭିତରେ ଶିଘା ତିହାର
ଆମର ତିହାର ନୂଆଁଖାଇ
ଜୁହାର କରୁଛେ ଗୁରୁ, ଗୁରୁଜନ
ମାଏନ ମାନତା ବଡ଼ଭାଇ(୭)
ଜୁହାର କରୁଛେ ମାଉସୀ ବଡେଇ
ନାନୀ, ନନା, ଖୁଡ଼ି, ବୁଢ଼ୀମା
ହରଷ ମନେ ଆଶୀର୍ବାଦ ଦିଅ
ନି ରଖି ଛନ୍ଦ, ଗାରିମା (୮)
ନୂଆଁଖାଇ ତିହାର ଶିକ୍ଷା ଦଉଛେ
ଏକତା, ସମତା, ଭାଇଚାରା
ଦେହେ ମନ ରଖ ନିର୍ମଳ ଛାଡ଼
ଛନ୍ଦ, କପଟ, ହିଂସା, ପରଦାରା (୯)

ଶ୍ୟାମସୁନ୍ଦର କୁମ୍ଭାର
ସନ୍ଧିବାହାଲ, ଗାଇସିଲେଟ, ବରଗଡ଼


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ