ପ୍ରକୃତି ମୁଁ, ମୋତେ ଟିକେ ବୁଝ

ଲେଖକ ପରିଚୟ

ହାସ୍ୟମୟୀ ରାଜ
ଓରାଳି, ହାଟଡିହି, କେନ୍ଦୁଝର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଦିନେ ତୁମେ କରିଥିଲ
ସେମାନଙ୍କୁ ବନ୍ଦୀ
ଗଢିଥିଲ ଲୁହାର ପଞ୍ଜୁରୀ,
ଭାବୁଥିଲ ନିଜକୁ ଖୁବ୍ ଶକ୍ତିଶାଳୀ
ନିଜ ହାତ ମୁଠାରେ
ରଖିବାକୁ ଚାହୁଁଥିଲ ମୋତେ (ପ୍ରକୃତି)
କରୁଥିଲ ଅଟ୍ଟହାସ୍ୟ
ସେମାନଙ୍କ ସୁଖ ଚୋରିକରି।
ଆଜି କିନ୍ତୁ ତୁମେ ଦେଖୁଛ
ନିଜର ଅସହାୟ ରୂପ
ସେମାନଙ୍କ ମନ ଖୋଲା ହସ,
ସିଏ ହିଁ ତ ସୃଷ୍ଟି କର୍ତ୍ତା
ଇଚ୍ଛାମୟ ଏକମାତ୍ର
ତାଙ୍କରି ଇଚ୍ଛାରେ ଜଡରୁ ଜୀବନ
ସବୁକିଛି ବସ ।
ହେ ମଣିଷ ! ଟିକେ ବୁଝ
ମୋ କଥା ଶୁଣ
ଅହଂର ପରାଭବ ଜୀବନକୁ
କେମିତି କରିଦିଏ ନାରଖାର
ତମେ ଯେ ନିମିତ୍ତ ମାତର ।
ଏମିତି ଅନାଦି କାଳରୁ
ତମେ ଦେଖି ଆସିଛ
ମହାମାରୀର କରାଳ ରୂପ
ପ୍ରକୃତିକୁ ପାଦରେ ଦଳି
ବିଜ୍ଞାନର ଦ୍ବାହିଦେଇ
ତମେ ବିଜୟର ବାନା ଉଡାଉଛ
ତମେ ଯେତେ ଆଗୋଉଛ
“ମଣିଷ ପଣିଆ”କୁ ହରେଇ ବସୁଛ
ହତ୍ଯାର ବିଭିଷିକା ରଚୁଛ ।
ଏବେ ଦେଖ !
ଧ୍ବଂସର ବିଗୁଲ୍ ବାଜୁଛି
ଶୁଭିଯାଉଛି ତାର ତୂର୍ଯ୍ଯନାଦ
କଣ କରି ପାରିବ ତମେ ?
ସତରେ !
ଖାଲି ତୁମେ ନୁହେଁ
ମୁଁ ବି ଖୁବ୍ ଅସହାୟ
ଏ ସୃଷ୍ଟିରେ ତମେ ପରା ଶ୍ରେଷ୍ଠ
ତମକୁ ନେଇ ମୁଁ ଦେଖେ
ଏକ ନୂତନ ପୃଥିବୀର ସ୍ବପ୍ନ
ହେଲେ ବୁଝନି ତମେ
ମୋର ତନୁକୁ ତୁମେ କରିଛ ଆବିଳ
ତମ ଇଛାରେ ମୋତେ
କରିଚାଲିଛ ନଷ୍ଟ ଭ୍ରଷ୍ଟ ।
କେତେ ସହିବି କହିଲ ?
ପ୍ରତିଟି କ୍ରିୟାରେ ଯେ ବିପରୀତ ପ୍ରତିକ୍ରିୟା !
ଆଜିବି ଚାହେଁ
ତମେ ମାନେ ସୁଧୁରି ଯାଅ
ତମେ କଣ ବୁଝିପାରୁନ
ତମ ମୁହଁର ହସ ହିଁ ତ
ମୋର ଅସଲ ସଂପଦ
ତା ବିନା ମୁଁ ବି ପାଉଛି ଖୁବ୍ କଷ୍ଟ।
********************
ହାସ୍ୟମୟୀ ରାଜ୍ (ଶିକ୍ଷୟିତ୍ରୀ)
ଓରାଳି, ହାଟଡିହି, କେନ୍ଦୁଝର ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ