ତୁ କି ଯାଇଛୁ ଭୁଲି – ପ୍ରଶାନ୍ତ କୁମାର ନାଥ

ଲେଖକ ପରିଚୟ

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳହାଟ, ପ୍ରୀତିପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଭୁଲିପାରୁନାହିଁ ତୋତେ ମୁଁ ପ୍ରିୟଲୋ
ତୁ କି ଯାଇଛୁ ଭୁଲି
ପ୍ରେମକୁ ମୋହର କବର ଦେଇ ତୁ
କୁଆଡେ ଯାଇଛୁ ଚାଲି ।

ଖୋଜୁଛି ତୋତେ ମୋ ଆହତ ହୃଦୟ
ଖୋଜେ ମୋ ନିରୀହ ଆଖି
ପର ଝାଡ଼ି ଆଜି ସାଜିଛି ଦିବ୍ୟାଙ୍ଗ
ଆମ ସେହି ପ୍ରେମ ପକ୍ଷୀ ।

କିଏ ନେଇଗଲା ତୋତେଲୋ ଚୋରେଇ
କେଉଁଠି ରଖିଲା ନେଇ
କେଉଁ ବନ୍ଦୀଶାଳେ ହୋଇଲୁ ବନ୍ଦୀନି
ମନେ ମୁଁ ପଡିଲି ନାହିଁ ।

ତୁ ଏକା ଜାଣିଛୁ ତୋପାଇଁ ପରା ମୁଁ
ଥିଲି ତୋ ଦେହର ଛାଇ
ସେ ଛାଇକୁ ପ୍ରିୟା ପାଖରୁ ତୋହର
କେମିତି ଦେଲୁ ଦୁରେଇ ।

ଥରୁଟିଏ କହ ଭୁଲି ଯାଇଛୁକି
କରୁଛୁ ତୁ ଅଭିନୟ
ତୁ ବୋଧେ ଜାଣୁନା ତୋବିନା ମୋହର
ଜୀବନଟା ନୁହେଁ ଥୟ ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ