ହେଇଗଲୁ ଆଉ କାହାର – ପ୍ରଶାନ୍ତ କୁମାର ନାଥ

ଲେଖକ ପରିଚୟ

ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳହାଟ, ପ୍ରୀତିପୁର, ଯାଜପୁର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ପବିତ୍ର ପ୍ରେମରେ କଳଙ୍କ ଲଗେଇ
ହେଇଗଲୁ ଆଉ କାହାର
ମୋତେ ଭଲପାଇ ମଥାରେ ତୋହର
ପିନ୍ଧିଲୁ ଆଉକା’ ସିନ୍ଦୁର ।

ଆଉ କାହା ପାଇଁ ପାଟଶାଢ଼ୀ ପିନ୍ଧି
ବିବାହ ବେଦିରେ ବସିଲୁ
ଅଜଣା ଖୁସିରେ ହୋଇତୁ ବୋଭୋର
ପଛକଥା ସବୁ ଭୁଲିଲୁ ।

ହସି ହସି ହାତେ ମେହେନ୍ଦୀ ମାଖିଲୁ
ପାଦରେ ଅଳତା ନାଇଲୁ
ନୂଆ ସାଥିଟିଏ ବାଛି ନେଇ ପ୍ରିୟା
ନୂଆ ଠିକଣାରେ ରହିଲୁ ।

ଆଉ କାହାକୁ ତୁ ପ୍ରେମ ପରଶିଲୁ
ମୋ ସାଥେ ଛଳନା କରିଲୁ
ମୋତେ ପର କରି ଆଉକାହା ସାଥେ
ଖୁସିରେ ସଂସାର ଗଢ଼ିଲୁ ।

ତୋ ସାରା ଅଙ୍ଗରେ ବୋଳିଥିଲୁ ଦିନେ
ପ୍ରେମର ରଙ୍ଗକୁ ମୋହର
ସେ ପ୍ରେମରେ ପୁଣି କଳଙ୍କ ଲଗେଇ
ହେଇଗଲୁ ଆଉ କାହାର ।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ