ସୁଲକ୍ଷଣୀ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ସୁଲକ୍ଷଣା
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି,ଖୋର୍ଦ୍ଧା
———- ——————– ———-
ରସା ଭୂଷା ଯୋଶା ନଳିନୀ ବରଣା
ମାନମୟୀ ଆଗୋ ମାନିନୀ
ମୃଗାଙ୍କ ଲପନା ଏଣୀ ଆଖି ସଖୀ
ସେ କନକ ପୁର କାମିନୀ, ସୁର ପୁର ସୁହାସିନୀ ।।

ଦଳା କଜ୍ଵଳ କଳା ଚୁର୍ଣ୍ଣ କୁନ୍ତଳା
ସତେ,ଜଳନିଧି ତରଙ୍ଗିଣୀ
ଅମଉଳା ଯବା ଅଧରୀ ଶୁଶିଳା
ମୁନି ଜନ ମନ ମୋହିନୀ, (ସେକି)ମଦନ ପ୍ରାଣ ସଙ୍ଗିନୀ ।।

ଶିରିଷ କୁସୁମ କାନ୍ତି ମନୋରମ
ସାର ସାରସ ଗମନୀ
ବିଦିପ୍ତ କେଶରୀ ସୁର ପୁର ବାଳୀ
ନୀଳ ମେଘେ ସୈାଦାମିନୀ, ଉଷ୍ମ ପରାଣେ ହିମାନି ।।

ସିଂହ କଟି ବକ୍ଷ ଯମଜ ଧୁର୍ଜଟି
ବସନ୍ତ ଦୂତ ଭାଷିଣୀ
ଅପାସୋରା ସ୍ନେହମୟୀ ପ୍ରେମଶିଳା
ଦୟାମୟୀ ପ୍ରୀୟବାଦିନୀ, ଅନନ୍ୟା ନାରୀ ପଦ୍ମିନୀ ।।

ଲୋଚନ ଶୋଚନ ମୋଚନ କାରିଣୀ
ଜାୟା ସେ ଜନନୀ, ଭଗିନୀ
କୃଶୋଦରୀ ସତୀ ଦେବୀ ପୂଣ୍ୟବତୀ
ଭାମିନୀ ଗୋ ସୁଲକ୍ଷଣୀ, ଧୀମତୀ ପ୍ରଜ୍ଞା ତରୁଣୀ ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ