ଅସମାହିତ ପ୍ରଶ୍ନ ଥିଲା – ଡଃ ମାଙ୍ଗଳିକା ମହାପାତ୍ର

ଲେଖକ ପରିଚୟ

ଡକ୍ଟର ମାଙ୍ଗଳିକା ମହାପାତ୍ର
ପ୍ଳଟ ନମ୍ବର - ୩୫୩, ପ୍ରଶାନ୍ତି ବିହାର, କିଟ ବିଶ୍ୱବିଦ୍ୟାଳୟ , ଭୁବନେଶ୍ଵର | +

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଏହି ବିଷୟଟି 40 ଜଣ ପାଠକ ପଢି ସାରିଛନ୍ତି

ଅନେକ ଅସମାହିତ ପ୍ରଶ୍ନ
ମନରେ ଉଙ୍କି ମାରୁଥିଲା
କିଏ ସେ …!!
ନିଶିଥ ରେ କାହିଁକି କାନ୍ଦୁଥିଲା
ତା’ ପାଇଁ କଣ ଜୀବନଟା
ଗୋଟେ ଶୁଖିଲା ନଈ ଥିଲା
ଯେଉଁଠି ସେ କେବେ ବନ୍ୟାର
ଆଶା କରି ପାରୁନଥିଲା …

ବ୍ୟସ୍ତତାର ପାହାଚରେ ଧିରେ ଧିରେ
ପାଦରଖି ସଫଳତା ଚାହୁଁ ଥିଲା
ପ୍ରୟାସ କରୁଥିବା ବେଳେ ତାକୁ
ପଛରୁ କିଏ ଭିଡ଼ି ଧରିଲା …!!!

ପଛକୁ ବୁଲି ଯେବେ ସେ ଦେଖିଲା
ଲଙ୍ଗଳା ଛୁଆଟେ ଭିକ ମାଗୁଥିଲା
ଟଙ୍କାଟିଏ ଆଶାରେ ଅଳି କରୁଥିଲା
ନା ତାର ବାପା ଥିଲା
ନା ତାର ମାଆ ଥିଲା
ଏ ନିଷ୍ଠୁର ଦୁନିଆରେ
ଥିଲା ସେ ଏକେଲା ..

କଳଙ୍କିତ ଅଭିମନ୍ୟୁ ସେ
ଚକ୍ରବ୍ୟୁହରେ ଫସି ଯାଇଥିଲା
ଦୁନିଆର ଧନୀ ମହାରଥୀ ଙ୍କ
ପାଖେ କମଜୋର ପଡିଯାଇଥିଲା
ହେଲେ ତାକୁ ଦେଖି କାହାର
ହୃଦୟ ତରଳି ଯାଉ ନଥିଲା

ତାର କଅଁଳ ଡାକ ବି
କାହାର ମନକୁ ଛୁଉଁ ନ ଥିଲା
ଈଶ୍ୱର..ଇଏ କି ସୃଷ୍ଟି ତୁମ ଥିଲା
ହୃଦୟରୁ ଦୟା, କ୍ଷମା ଦୂରାଅନି
ଏତିକି ତୁମପାଖେ ମାଗୁଣି ଥିଲା

ଡଃ ମାଙ୍ଗଳିକା ମହାପାତ୍ର
ରେଭେନସା ବିଶ୍ଵବିଦ୍ୟାଳୟ

HTML tutorial

ଅଧିକ ନୂଆ ପୋଷ୍ଟ ଗୁଡିକୁ ପଢନ୍ତୁ

0 0 votes
Article Rating
Subscribe
Notify of
guest
1 Comment
Oldest
Newest Most Voted
Inline Feedbacks
View all comments
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
Guest
ଲକ୍ଷ୍ମୀନାରାୟଣ ପଟ୍ଟନାୟକ
1 day ago

ଅତି ସୁନ୍ଦର ଭାବେ ସମାଜର ଏକ ଅସମାହିତ ପ୍ରଶ୍ନକୁ ଉପସ୍ଥାପିତ କରିଛନ୍ତି ।