ଶିଶୁ କବିତା – ସରିଗଲା ପୂଜାଛୁଟି – ପର୍ଶୁରାମ ସାହୁ

ଲେଖକ ପରିଚୟ

ସମ୍ପାଦକ - ବଣମଲ୍ଲୀର ମହକ | ବ୍ଲଗ | ସଦ୍ୟ ପୋଷ୍ଟ

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

କୁନା ମାମୁଁ ଘର ଯାଇଥିଲା
ଛୁଟିରେ ସେ କେତେ ଖେଳିଥିଲା।
ମାମୁଁ ମାଇଁ ସାଙ୍ଗେ ବୁଲିଥିଲା
କେତେ ଖେଳନା ସେ କିଣିଥିଲା।
ପୂଜା ଛୁଟି ଆଜି ସରିଗଲା
ସ୍କୁଲ ସବୁ ପୁଣି ଖୋଲିଗଲା।
କୁନା ମନ ଆଜି ଭଲ ନାହିଁ
ସାର୍ ଙ୍କ ପାଠ କରିନାହିଁ।
ସ୍କୁଲ ଯିବା ପାଇଁ ନାହିଁ ତା’ ମନ
ଖେଳିବାକୁ କୁନା ହୁଏ ଉଛନ।
ହୁଅନ୍ତା କି ଛୁଟି ଆଉ କେତେ ଦିନ
କୁନା ଖେଳନ୍ତା ପୁଣି ରାତି ଦିନ।
ସରିଗଲା ପୂଜା ଛୁଟି ଆଜି
ସ୍କୁଲ ଯିବାପାଇଁ କୁନା ଅରାଜି।
କୁନା ବାପା ତାକୁ ନେଇଗଲେ
ସ୍କୁଲରେ ପୁଣି ଛାଡ଼ିଦେଲେ।
ସାଙ୍ଗସାଥି ଦେଖି ଖୁସି ହେଲା
ପାଠ ପଢ଼ାରେ ସେ ମନ ଦେଲା।



ରଚନା : Parsuram Sahoo

ଠିକଣା : AT/PO-KAIMA
VIA-DHARMASALA
DIST-JAJPUR
PIN-755008 ଦୂରଭାଷ :


HTML tutorial

ବଣମଲ୍ଲୀର ମହକ ହେଉଛି ଓଡିଆ ସାହିତ୍ୟ ଓ ସଂସ୍କୃତିର ନିଆରା ସ୍ଵର ଯାହା ସମଗ୍ର ବିଶ୍ଵର ଓଡିଆ ଲେଖକ ଓ ପାଠକ ମାନଙ୍କୁ ଏକ ଭର୍ଚୁଆଲ ସମ୍ପ୍ରଦାୟରେ ଏକତ୍ରିତ କରିଥାଏ ।

ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ