ନିଜ ଘର କାରାଗାର – ସନ୍ତୋଷ କୁମାର ମହାନ୍ତି

ଲେଖକ ପରିଚୟ

ସନ୍ତୋଷ କୁମାର ମହାନ୍ତି
ନବଜୀବନ ସମାଜ, ସଫା, କଟକ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିଜ ଘର କାରାଗାର
ସନ୍ତୋଷ କୁମାର ମହାନ୍ତି
================
ଆଜି ନିଜ ପ୍ରିୟ ଘର
ଲାଗେ ଭାରି ଭରପୁର
ଅନେକଙ୍କୁ କିନ୍ତୁ ଏବେ
ଘର ଲାଗେ କାରାଗାର
ବାହାର ଏବେ ଖାଁ ଖାଁ
କରୋନାର ମେଲିଛି ଆଁ
ନିଜର ବି ଯାଆନ୍ତି ଦୂରେଇ
ଦେଖିଲେ ଯାଆନ୍ତି କରେଇ
ବନ୍ଧୁ ,ସହୋଦର ସବୁ ଅଲୋଡ଼ା
କେତେଦିନ ଆଉ କରୋନାର ତାଡନା ||
ମୁଁହରେ ନାହିଁ ହସ
ଭରିଛି ଭୟ ଓ ବିଷାଦ
କରୋନା କହୁଛି ହସି
ହେ , ବିଜ୍ଞାନୀ ମଣିଷ
ପ୍ରକୃତି ସହ ଖେଳିଲେ
ସମୟ କରେ ଏହିଭଳି
ଜ୍ଞାନୀ ମଣିଷକୁ ଉପହାସ
ତୁମ ମୁହେଁ ବିଷାଦର ଛାୟା
ଦେଖି ମୋର କାୟା
ସତରେ ଏ ସମୟର ମାୟା ||
=================
ସନ୍ତୋଷ କୁମାର ମହାନ୍ତି.
ନବଜୀବନ ସମାଜ,ସଫା,କଟକ -୭୫୪୦୧୨


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ