ମହାମାରୀ – ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର

ଲେଖକ ପରିଚୟ

ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର
ମଙ୍ଗଳଯୋଡି, ଖୋରଧା, ଓଡିଶା | ସଦ୍ୟ ପୋଷ୍ଟ

Read More

ମହାମାରୀ
କବିଶ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ମିଶ୍ର, ମଙ୍ଗଳାଯୋଡି, ଖୋର୍ଦ୍ଧା
———- ——————– ———-
କରୋନା ଭୂତାଣୁ ସଂକ୍ରମଣ କରେ
ମହାମାରୀ ରୂପ ନେଇ
ସାବଧାନ ହେଲେ ଭୟ ଦୂରହେବ
ମୃତ୍ୟୁ ଆସିବ ନାହିଁ, ସାବଧାନ ଯାଅ ହୋଇ
ମରଣ ବରଣ ଅକାରଣେ କିଆଁ ଅସାବଧାନତା ହୋଇ ।।

ଚାଇନା ହାଉନା କରୋନା ଜନନୀ
ଯେତେ ଅଖାଦ୍ୟ ଖାଦକ
ପୃଥିବୀର ଶତ୍ରୁ ସମାନ ଏମାନେ
ସାଜିଲେ ବିଶ୍ଵ ଘାତକ, ମରିଲେଣି କେତେ ଲୋକ
ଆହୁରି ମରିବେ ଏମିତି କରୋନା ସାଜିଛି ପରା ଘାତକ ।।

ସାରା ଧରଣୀ କୁ ଗ୍ରାସ କରିଲାଣି
ଧୀରେ ଧୀରେ ବ୍ୟାପି ଯାଏ
ଭାରତବର୍ଷ ରେ ପ୍ରବେଶ କରିଛି
ଭୟରେ ଦେଶ ଥରାଏ, ଏ ମନ୍ତ୍ର ନିଅ ସଭିଏଁ
କଟକଣା ମାନି ରହିଲେ ବଞ୍ଚିବ ସୁଗମ ପଥ ତ ଇଏ ।।

ବିପଦ ବେଳରେ ଭଜ ଜଗନ୍ନାଥ
ସେହିତ ରକ୍ଷା କବଚ
ଘରେ ରହି ସେହି ନାମକୁ ଚିନ୍ତନ
କଲେ ବଞ୍ଚିବାର ବାଟ, ଦେଖାଇବେ ବିଶ୍ଵ ରାଟ
ଅନ୍ୟ ପନ୍ଥା ନାହିଁ ଆଉ ରେ ଅବୋଧ ଛାଡ ଅଧରମ ପଥ ।।

ସରି ସରି ଆସୁଅଛି ବେଳକାଳ
ସାବଧାନ ହୁଅ ଧନ
ଲୋପ୍ ପାଇଯିବ ମାନବ ଜାତିକୁ
ବଞ୍ଚାଇବା ପାଇଁ ମନ, ନିବେଶ କର, ଜୀବନ
ବଞ୍ଚିଯିବ, ଘରେ ବସି ଧ୍ୟାନ କର ଜଗତ ଜୀବନ ନାମ ।।


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ