ଧନ୍ୟ ଆମ ସଂସ୍କୃତି
ଧନ୍ୟ ଆମ ସଂସ୍କୃତି
———–++++++
କରୋନା ଭୟରେ ଇଂରାଜୀ ପଢୁଆ
ନିଧିଆ ଭାଇଟା ମୋର
ହସ୍ତରେ ହସ୍ତକୁ ନ ମିଶାଏ ଆଉ
କରୁଅଛି ନମସ୍କାର।
ଗାର୍ଲଫ୍ରେଣ୍ଡ କୁ ସେ ହଗ୍ କରୁନାହିଁ
ଦୂରେ ଥାଇ କହେ କଥା
ହାତେ ମାପି ଏବେ ଚାଖଣ୍ଡେ ଚାଲୁଛି
ତଳକୁ ନୁଆଁଇ ମଥା।
ସକାଳୁ ପିଉଛି ତୁଳସୀର ରସ
ଜଗନ୍ନାଥ ନାମ ଭଜି
ଭୟରେ ହେଉ ବା ଭକତିରେ ହେଉ
ଜ୍ଞାନର ଉଦୟ ଆଜି।
କାଶିଲେ ଛିଙ୍କିଲେ ରୁମାଲ ଘୋଡ଼ାଇ
ନାକ କରେ ପରିଷ୍କାର
ବାହାରୁ ଆସିଲେ ଘରେ ପଶିବାକୁ
ହାତ, ଗୋଡ଼ ଧୁଆ ସାର।
ଫାଷ୍ଟଫୁଡ ଖାଦ୍ୟ ଖାଉ ନାହିଁ ସିଏ
ଠେଲା ଦୋକାନରେ ଆଉ
ୱହନା ବଜାରୁ ଆସିଛି କରୋନା
ସାଜୁଛି ପ୍ରକୃତି ଦାଉ।
ଖବର ଉପରେ ନଜର ତାହାର
ସଙ୍ଗୀତ, ସିନେମା ଛାଡ଼ି
ଥାଉ ମହାପ୍ରଭୁ ଆଶିଷ ତୁମ୍ଭର
ଦୂରେ ଚାଲିଯାଉ ବାଡ଼ି।
ଭାରତ ରାଇଜ ଓଡ଼ିଆ ସଂସ୍କୃତି
ବିଦେଶେ ପଡଇ ହୁରି
କେଉଁ ଅମଳର ମହାପୁରୁଷ ସେ
ଧନ୍ୟ ଚିନ୍ତନ ତାଙ୍କରି।
———–
ଅନାମ ଚରଣ ସାହୁ
ବିଭୁତିପୁର,କାକଟପୁର, ପୁରୀ
ମୋ-୯୯୩୭୨୧୦୨୬୦
