ଅନ୍ତର୍ଯ୍ୟାମୀ – ପ୍ରଣତି ମହାପାତ୍ର

ଲେଖକ ପରିଚୟ

ପ୍ରଣତି ମହାପାତ୍ର
ଫକୀରମୋହନ ନଗର, ବାଲେଶ୍ଵର | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ନିତି ମୋ ନୟନ ତୋ ନୟନେ ମିଶେ
ଧନ୍ୟ ମୁଁ କଳାଶ୍ରୀମୁଖ,
ତୋ ଛଡ଼ା ତୁଳସୀ ତୁଣ୍ଡେ ପାଏ ନିତି
ଲଭୁଛି ଆହା କି ସୁଖ।

ମୁଁ ସିନା ଲଭଇ ଅପାର ଆନନ୍ଦ
ମୋ କୁଡିଆ ଘରେ ରହି,
ଖୁସିରେ ଅଛୁ କି କହରେ କାଳିଆ
ରତ୍ନ ସିଂହାସନେ ତୁହି।

ଆନନ୍ଦରେ କିବା ଅଛୁ ତୁ କାଳିଆ
କହ ମନଖୋଲି ଥରେ,
ଷାଠିଏ ପଉଟି ଭୁଞ୍ଜି କି ପାରୁଛୁ
ବସି ବଡ଼ଦେଉଳରେ।

ବାଇଶି ପାହାଚେ ଭକତ ଗହଳି
ଶୁଣି କି ପାରୁଛୁ ତୁହି,
ଜୟ ଜଗନ୍ନାଥ କେ ଡାକେ କି ଆଉ
ତୋର ନୀଳଚକ୍ର ଚାହିଁ।

କହରେ କାଳିଆ ଶୁଣି କି ପାରୁଛୁ
ଅଭିମାନ ଭରା ଗାଳି,
ଆନନ୍ଦବଜାରେ ଅଭଡ଼ା ପାଇଁ କି
ହୁଏ କି ଆଉ ଗହଳି।

ମୁଁ ଜାଣିଛି ସ୍ରଷ୍ଟା ସୃଷ୍ଟି ତୁ ବିନାଶ
ତଥାପି କି ଲୀଳା ତୋର,
ବାରମାସରେ ପୁରିଲା ନି ତୋ ଆଶା
କହ କି ଭିଆଣ ତୋର।

ଦାସିଆ, ବନ୍ଧୁଆ ପାଇଁ ରତ୍ନସିଂହା
ସନରୁ ଓହ୍ଲାଇ ଆସୁ,
ଆଜି କହ କିଆଁ ନୀରବେ ନୀଶ୍ଚଳେ
ନୀଳକନ୍ଦରରେ ବସୁ।

ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ରଖ ଆହେ ମହାବାହୁ,
ତୁମେ ନ ରଖିଲେ କିଏ ବା ରଖିବ
କାହାକୁ ଡାକିବୁ ଆଉ।
ତୁମେ ପ୍ରଭୁ ଥାଉ ଥାଉ।

ପ୍ରଣତି ମହାପାତ୍ର, ବାଲେଶ୍ବର


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ