କରୋନାକୁ ଭୟ କରନା

ଲେଖକ ପରିଚୟ

ଅନାମ ଚରଣ ସାହୁ
ବିଭୁତିପୁର, କାକଟପୁର, ପୁରୀ | ସଦ୍ୟ ପୋଷ୍ଟ

Read More

କରୋନାକୁ ଭୟ କରନା
————————–
ଆତଙ୍କ ଖେଳାଏ ବିଶ୍ୱେ
କରୋନା ତା ନାମ
ସଂକ୍ରାମକ ସଂକ୍ରମିତ
ସାଜି କାଳଯମ।
ୱହନା ପ୍ରଦେଶ ସେହି
ଚୀନ ଦେଶେ ସ୍ଥିତ
ଷଠି ଘର ଭୂତାଣୁର
ଡାକତରି ମତ।
ପ୍ରକୃତି ବିରୋଧୀ ଶୈଳୀ
ମାନବ ଅଭ୍ୟାସ
ବିଶୃଙ୍ଖଳା ତତ୍ତ୍ୱ ସୃଷ୍ଟି
ବିଶ୍ଵ ଯିବ ନାଶ।
କାଶ,ଛିଙ୍କ ଆଦି ସାଥେ
ବିନ୍ଦୁ ସଂକ୍ରମଣ
ରୋଗୀଠାରୁ ସୁସ୍ଥ ଦେହେ
ପ୍ରସାର, ପ୍ରମାଣ।
ନାକ,କାନ,ଆଖି ବେନି
ନ ଛୁଅଁ ହସ୍ତରେ
ବାରମ୍ବାର କର ଧୁଅ
ପାଣି,ସାବୁନରେ।
ରୋଗୀଠାରୁ ଦୂରେ ରୁହ
ମାପି ଛଅଫୁଟ
ସ୍ବାସ୍ଥ୍ୟକର୍ମୀ ପାଶେ ନିଅ
ହୋଇ ଏକଜୁଟ।
ଅଯଥାରେ ବଜାରକୁ
ନଯିବାରେ କେହି
ଗହଳି ସ୍ଥାନକୁ ତ୍ୟାଗ
ଅଳି ମୋର ଏହି।
ରୋଗୀକୁ ନକରି ଘୃଣା
ଲଢି ରୋଗ ସାଥେ
ବିଜ୍ଞାନୀ ମଣିଷ ଆମ୍ଭେ
ବିଜେତା ମରତେ।
———————
ଅନାମ ଚରଣ ସାହୁ
ବିଭୁତିପୁର,କାକଟପୁର,ପୁରୀ
ମୋ-୯୯୩୭୨୧୦୨୬୦


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ