ବୁଢ଼ାକୁ ବୁଢ଼ୀ – ମୀନାକ୍ଷି ପାଢ଼ୀ

ଲେଖକ ପରିଚୟ

ମୀନାକ୍ଷି ପାଢୀ
ଚିକିଟି ପେଣ୍ଠ, ଗଞ୍ଜାମ | ସଦ୍ୟ ପୋଷ୍ଟ

ଅନ୍ୟ ଲେଖାଗୁଡ଼ିକ ପଢନ୍ତୁ

ଗୋଟିଏ ବୁଢ଼ା , ଗୋଟିଏ ବୁଢ଼ୀ,
ଦୁହେଁ ଦୁହିଁଙ୍କୁ ଯୋଡାଯୋଡ଼ି,
ବୁଢ଼ାଟି ଚଗଲା, ବୁଢ଼ୀଟି ଜାଡ଼ି।

ବୁଢ଼ା ଡାକ ଦେଲା ,”ହଇଲୋ ଜାଡ଼ି,
କୁଆଡ଼େ ଗଲା ମୋ ବଙ୍କୁଲି ବାଡ଼ି ?”
ବୁଢ଼ୀ କହିଲା,”ଏଁ ଏଁ ଏଁ”
ବୁଢ଼ା ହସିଲା,”ଫେଁ ଫେଁ ଫେଁ,
ଧେତ୍, ବୁଢ଼ୀ ଶଗଡ଼ ଚକ କେଁ କେଁ କେଁ।”

ବୁଢ଼ା କହିଲା,”ଖାଇବା କର ଚକୁଳି ପିଠା,”
ବୁଢ଼ୀ କହିଲା,”ଏଁ ଏଁ ଏଁ”
ଚକୁଳି ପିଠାରେ ବାଜିଲା ଗୋଡ଼ି,
ବୁଢ଼ାର ଦାନ୍ତ ଗଲା ଝଡ଼ି
ଚକୁଳି ପିଠା ଚେଁ ଚେଁ ଚଁ,
ଦୁହେଁ ହସିଲେ ହେଁ ହେଁ ହେଁ।

ବୁଢ଼ା ବୁଢ଼ୀ ଗଲେ ଯାତରା ଦେଖି,
ବୁଢ଼ା ଲୁଚିଗଲା ଭିଡ଼କୁ ଦେଖି,
ବୁଢ଼ୀ ବସିଥିଲା ରାମଦୋଳି,
ମୁହଁ ବୁଲାଇ ଦେଲା ଉଗାଳି,
ଆସି ଡାକିଲା ,”ଏଁ ଏଁ ଏ‍ଁ,”
‌‌ ବସି କାନ୍ଦିଲା ଭେଁ ଭେଁ ଭେଁ।

ବୁଢ଼ା ହାତରେ ବମ୍ବେଇ ଲଡ଼ୁ,
ବୁଢ଼ୀ କରିଛି ଆଁ ଆଁ ଆଁ,
ବୁଢ଼ା କହିଲା,”ଖା ଖା ଖା”
ବୁଢ଼ୀ କହିଲା,”ଉଁ ଉଁ ଉଁ,”
ନାକ କାନ୍ଦୁରୀ ସୁଁ ସୁଁ ସୁଁ।
ହସିଲା ବୁଢ଼ା, ଖେଁ ଖେଁ ଖେଁ।

ମୀନାକ୍ଷି ପାଢ଼ୀ, ଶିକ୍ଷୟିତ୍ରୀ,ଚିକିଟୀ, ଗଞ୍ଜାମ,୯୭୭୬୫୪୫୦୦୧


HTML tutorial
ଆପଣଙ୍କ କମେଣ୍ଟ ଉତ୍ତର ପାଇବାକୁ ସବ୍ସକ୍ରାଇବ କରନ୍ତୁ
ମତେ ଜଣାନ୍ତୁ
guest
0 କମେଣ୍ଟ
ଇନଲାଇନ ଫିଡବ୍ୟାକ
ସମସ୍ତ କମେଣ୍ଟ ଦେଖନ୍ତୁ