ଶ୍ରୀ ଗଣେଶ – ଗଗନ ବିହାରୀ ନାୟକ
ଜୟ ଗଣେଶ
ଜୟ ଗଣେଶ
ଜୟ ଶ୍ରୀ ଗଣେଶ…
ପ୍ରଭୁ ମହାକାୟ
ଜ୍ଞାନର ନିଳୟ
ପ୍ରଣାମ ଶ୍ରୀପଦେ
ହେ! ପ୍ରଭୁବିଘ୍ନେଶ
ତୁମେ ଜ୍ଞାନ ଦେବ
ପୂଜ୍ଯ ଅଗ୍ରେ ଦେବ ।
ମାତା ଯାର ପାର୍ବତୀ
ପିତା ଶ୍ରୀ ମହେଶ(0)
ଗଜା ନନ ପ୍ରଭୁ
ଆହେ!ପାର୍ବତୀ ନନ୍ଦନ।
ମାତା ପ୍ରିୟ ପୁତ୍ର ତୁମେ ଜ୍ଞାନେ ବିଚକ୍ଷଣ ।
ଶ୍ରୀ ଅଂଗରୁ ଜାତ କଲେ
ମା’ବିନ୍ଧ୍ଯ ବାସିନୀ ।
ନୂଆ ନାମେ ଦେଲେ
ପ୍ରଭୂ ଶୂଳପାଣି ।
ସର୍ବ ଦେବ ଅଗ୍ରେ ପୂଜ୍ଯ
ହେ! ଦେବ ଦେବେଶ
ଜୟ ଶ୍ରୀଗଣେଶ(୧)
ପାଠ ଠାକୁର ହେ!
ପୁରାକର ମନୋରଥ।
ସିଦ୍ଧି ବୁଦ୍ଧି ଜ୍ଞାନ ଦାତା ।
ସର୍ବତ୍ର ବିଦିତ ।
ଆହେ ଲମ୍ବୋଦର
ଘେନ ଆମ ପ୍ରଣିପାତ
ଜ୍ଞାନ ଦାନେ କର ପ୍ରଭୂ
ବିଶ୍ବ ମୂଢ ମୂକ୍ତ ।
ସଦବୁଦ୍ଧି ଦିଅ ଢାଳି
ମାଗେ ମୁଁ ଆଶିଷ (୨)
ଗଗନ ବିହାରୀ ନାୟକ
ମଞ୍ଚେଶ୍ବର,ଭୁବନେଶ୍ବର ।
