ଗୁରୁ ଦକ୍ଷିଣା – ବାସନ୍ତୀଲତା ଜେନା

ଲେଖକ ପରିଚୟ

ବାସନ୍ତୀଲତା ଜେନା
ଗାନ୍ଧୀନଗର, ନବରଙ୍ଗପୁର | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

ଆର୍ଯ୍ୟ ପରମ୍ପରା ସଂସ୍କୃତି ସମ୍ପନ୍ନ
ପୂଜ୍ୟ ପୂଜାର ସମ୍ଭାର
ଗୁରୁ ଶିଷ୍ୟ ମଧ୍ୟେ ଅତୁଟ ସମ୍ପର୍କ
ଜ୍ଞାନ ଦାନ ଶିକ୍ଷଣର l

ଅଜ୍ଞାନ ଅନ୍ଧାର ଦୂର କରି ଦ୍ୟନ୍ତି
ଗୁରୁ ଦେଇ ବିଦ୍ୟା ଦାନ
ବର୍ଷ ବର୍ଷ ଶିଷ୍ୟ ଗୁରୁ ଆଶ୍ରମରେ
ବିତାଇ ଦିଅନ୍ତି ଦିନ l

ସୁଚରିତ୍ର କରି ଛାତ୍ରକୁ ଗଢ଼ନ୍ତି
ନୀତି ଧର୍ମ ଶିକ୍ଷା ଦେଇ
ନିଃସ୍ୱାର୍ଥର ସେବା ଉତ୍ତମ ଲକ୍ଷଣ
ତାକୁ ନ ଭୁଲିବ କେହି l

ବିଦ୍ୟା ଶେଷ ହେଲେ ଗୁରୁ ଆଶ୍ରମରେ
ଦିଅନ୍ତି ଗୁରୁ ଦକ୍ଷିଣା
ଗୁରୁ ସନ୍ଦୀପନି କୃଷ୍ଣଙ୍କୁ ମାଗିଲେ
ମୃତ ପୁତ୍ରର ପାଉଣା l

ଶବର ବାଳକ ଏକଲବ୍ୟ ଶିଷ୍ୟ
ଦ୍ରୋଣକୁ ଗୁରୁ କରିଲେ
ଗୁରୁଙ୍କ ଆଦେଶେ ବୃଦ୍ଧାଆଙ୍ଗୁଠି କାଟି
ଦକ୍ଷିଣା ସ୍ୱରୂପ ଦେଲେ l

ଆଦର୍ଶ ଗୁରୁତ୍ୱ ରାଧାକୃଷ୍ଣ ଥିଲେ
ଅର୍ପିଲେ ଜନ୍ମ ଦିବସ
ସମସ୍ତ ଗୁରୁଙ୍କ ପୂଜାର ସକାଶେ
ଶିଷ୍ୟ ହୁଅନ୍ତି ହରଷ l

ଗୁରୁ ଦ୍ରୋଣାଚାର୍ଯ୍ୟ ଦକ୍ଷିଣା ମାଗିଲେ
ଦ୍ରୌପଦଙ୍କୁ ବନ୍ଦୀ କର
ପାଞ୍ଚ ପାଣ୍ଡଵ ଯେ ଗୁରୁ ଦକ୍ଷିଣାରେ
ଅର୍ପିଲେ ତାଙ୍କୁ ସତ୍ୱର l

ଗୁରୁ ଦିବ୍ୟ ଜ୍ୟୋତି ଆଲୋକ ବର୍ତ୍ତିକା
ହୃଦୟରେ ତାଙ୍କ ସ୍ଥାନ
ପ୍ରତି ଉପଦେଶ ପ୍ରଗତିର ସ୍ଥାନ
ଚରଣେ କରେ ପ୍ରଣାମ l

ଗାନ୍ଧିନଗର, ପୋଷ୍ଟ/ ଜିଲ୍ଲା : ନବରଙ୍ଗପୁର

Leave a Reply

Your email address will not be published. Required fields are marked *