ପ୍ରଭାତ ବନ୍ଦନା – ବୀର କିଶୋର ନାୟକ

ଲେଖକ ପରିଚୟ

ବୀର କିଶୋର ନାୟକ
ଖଣ୍ଡବନ୍ଧ, ଢେଙ୍କାନାଳ | + ଏହି ଲେଖକଙ୍କର ଅନ୍ୟ ଲେଖା ପଢିବାକୁ [ଏଠାରେ କ୍ଲିକ କରନ୍ତୁ]

କେଉଁ ଜନମର ପୂଣ୍ୟବଳେ ପ୍ରଭୋ
ପାଇଛି ଏ ମାଟି ସ୍ପର୍ଶ,
ଓଡିଶା ମାଟିରେ ଜନମ ଦେଇଛ
ତୁମେ ପ୍ରଭୁ ଜଗନ୍ନାଥ |0|
ସାର୍ଥକ ହୋଇଛି ଜୀବନ ମୋହର
ନିତି ଦରଶନେ ତୁମରି ପୟର
ତୁମରି କରୁଣା ଢାଳିଦିଅ ପ୍ରଭୋ
ସଂସାର ହେଉ ସୁଖଦ |1|
ଏ ବିଶ୍ୱ ଗଢିଛ କେତେ ଯତନରେ
ଆକାଶ, ସାଗର ଶ୍ୟାମ ସୁଷମାରେ
ପ୍ରକୃତିରେ ଯାଦୁ ଭରି ମୋହୁଅଛ
ମାୟା ନୁହେଁ ତୁମେ ସତ୍ୟ |2|
ଵୁଝି ମୁଁ ପାରେନା ସୃଷ୍ଟିର ରହସ୍ୟ
ସବୁ ନରେ ସାମ୍ୟ ନରଖି ଗଢିଛ
କିଏ ରାଜା ଏଠି କିଏ ଭୁଞ୍ଜେ ଦୁଃଖ
ତୁମେ ତ ସବୁ ଦେଖୁଛ |3|
ସଂସାର ସାଗରୁ ପାରିକର ବାରେ
ଅନ୍ୟାୟ ଅନୀତି ଭାବ ଯାଉ ଦୂରେ
ଜଗତରେ ଶାନ୍ତି ଭ୍ରାତୃତ୍ୱର ପ୍ରୀତି
ଭରିଦିଅ ହୋଇ ପ୍ରୀତ |4|

ବୀରକିଶୋର ନାୟକ,
ଖଣ୍ଡବନ୍ଧ, ଢେଙ୍କାନାଳ |
ଫୋନ.8847842297

One Reply to “ପ୍ରଭାତ ବନ୍ଦନା – ବୀର କିଶୋର ନାୟକ”

  1. ଧନ୍ୟବାଦ କବି ଶ୍ରୀଯୁକ୍ତ ବୀରକିଶୋର ନାୟକ।
    କବିତା ମାଧ୍ୟମରେ ସୁନ୍ଦର ଭକ୍ତି ନିବେଦନ। ନିୟମିତ ଭାବରେ ଲେଖା ଜାରି ରଖନ୍ତୁ।
    ପୂଣ୍ୟବଳେ = ପୁଣ୍ୟବଳେ,

Leave a Reply

Your email address will not be published. Required fields are marked *